ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ପ୍ଲେ ବଏ ମଡେଲଙ୍କ କୁକୁର ପ୍ରେମ : ପାଳିତ କୁକୁର ନାଁରେ କରିଦେଲେ ସମସ୍ତ ସମ୍ପତ୍ତି, ଦାମୀ କାର ଏବଂ ଆପାର୍ଟମେଣ୍ଟ

ନୂଆଦିଲ୍ଲୀ ୦୯/୧୦ : ମଣିଷ ତାର ଜୀବନ କାଳ ମଧ୍ୟରେ ଅନେକ କିଛି ଉପଲବ୍ଧି ପାଇଁ ଅହରହ ଚେଷ୍ଟା ଜାରି ରଖିଥାଏ । ଅନେକ ପ୍ରଚେଷ୍ଟା ପରେ କିଛି ପୂରଣ ହୋଇଥାଏ ତ ଅନେକ କିଛି ବାକି ରହିଯାଏ । କିନ୍ତୁ କିଛି ନକରି କିଏ କେବେ କଣ କୋଟି କୋଟି ଟଙ୍କାର ମାଲିକ ହୋଇପାରିବ ? ଏହାର ଉତ୍ତର ଯଦି ହଁ ତେବେ ଗୋଟିଏ ପଶୁ କଣ କୋଟିପତି ହୋଇପାରିବ ? ଏହାର ଉତ୍ତର ବି ହଁ ।

କାରଣ ନିକଟରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ଲୋକପ୍ରିୟ ପ୍ଲେବଏ ମଡେଲ ଜୁ ଆଇସେନ୍‌ ଏଭଳି କିଛି ଘୋଷଣା କରିଛନ୍ତି ଯାହାକି ପୂର୍ବରୁ କେହି କେବେ କରିନଥିବେ । ନିଜ ପାଳିତ କୁକୁର ନାଁରେ ସମସ୍ତ ସମ୍ପତ୍ତି କରିଦେବାକୁ ଘୋଷଣା କରିଛନ୍ତି ସେ । ଜୁ ଆଇସେନ୍‌ ତାଙ୍କର ମୋଟ ୧୫ କୋଟି ଟଙ୍କା ପ୍ରପର୍ଟିକୁ ନିଜର ପାଳିତ କୁକୁର ପୋଚ୍‌ ଫ୍ରାନ୍ସିକୋ ନାଁରେ କରିଦେବାକୁ ଘୋଷଣା କରିଛନ୍ତି । ଏଥିପାଇଁ ସେ ତାଙ୍କ ଓକିଲଙ୍କ ସହ ମଧ୍ୟ ଆଲୋଚନା କରିସାରିଥିବା କହିଛନ୍ତି ।

ଜୁ ଆଇସେନ୍‌ ଜଣେ ପ୍ରଖ୍ୟାତ ମଡେଲ । କିନ୍ତୁ ଅବସୋସ୍‌ ଯେ ତାଙ୍କର କୌଣସି ପିଲାଛୁଆ ନାହାଁନ୍ତି । ସେଥିପାଇଁ ବାଧ୍ୟ ହୋଇ ଶେଷରେ ନିଜର ସମସ୍ତ ସମ୍ପତ୍ତି ନିଜ ପାଳିତ କୁକୁର ନାଁରେ କରିଦେବାକୁ ଘୋଷଣା କରିଛନ୍ତି । ଆଇସେନ୍‌ କହିଛନ୍ତି,‘ମୁଁ ମୋ କୁକୁରକୁ ସ୍ବତନ୍ତ୍ର ଭାବେ ରଖିବାକୁ ଚାହେଁ । ସେଥିପାଇଁ ମୁଁ ଥାଏ କିମ୍ବା ନଥାଏ, ଯିଏ ବି ଫ୍ରାନ୍ସିକୋର ଯତ୍ନ ଏବଂ ଦାୟିତ୍ବ ନେବେ ତାଙ୍କୁ ସମସ୍ତ ପ୍ରପର୍ଟି ଦେବି । ଯିଏକି ନିଜେ ଖୁସିରେ ରହିବା ସହିତ କୁକୁରକୁ ମଧ୍ୟ ଖୁସିରେ ରଖିପାରିବ । ଜୀବନରେ ଆଗକୁ ବଢିବା ପାଇଁ ମୁଁ ବହୁତ କିଛି କରିଛି କିନ୍ତୁ ଏବେ ଭବିଷ୍ୟତରେ କଣ ହେବ ସେ ନେଇ ଚିନ୍ତା କରିବାର ସମୟ ଆସିଛି । ସେଥିପାଇଁ ଆଜି ଏଭଳି ନିଷ୍ପତ୍ତି ନେଇଛି ।’

ଜୁ ଆଇସେନ୍‌ ସୋସିଆଲ ମିଡିଆରେ ଖୁବ ସକ୍ରିୟ । ସେ ତାଙ୍କର ପାଳିତ କୁକୁର ଫ୍ରାନ୍ସିକୋ ସହିତ ଅନେକ ସମୟରେ ଫଟୋ ମଧ୍ୟ ପୋଷ୍ଟ କରନ୍ତି । ଏପରିକି ବିଦେଶ ଗଲେ ମଧ୍ୟ ସେ ତାଙ୍କ ସହିତ ଯାଏ । ତା ପାଇଁ ସ୍ବତନ୍ତ୍ର ଡ୍ରେସ ତିଆରି ହୋଇଥାଏ । ଆକର୍ଷଣୀୟ ଦେଖାଯିବା ପାଇଁ ହେୟାର ଡିଜାଇନ୍‌ ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଫ୍ରାନ୍ସିକୋ ପିଛା ପ୍ରଚୁର ଟଙ୍କା ଖର୍ଚ୍ଚ କରନ୍ତି ଜୁ ଆଇସେନ୍‌ । ଏବେ ତା ନାଁରେ ୧୫ କୋଟି ଟଙ୍କାର ପ୍ରପର୍ଟି ସମେତ ତାଙ୍କର ନାଁରେ ଥିବା ସମସ୍ତ ବିଳାଶପୂର୍ଣ୍ଣ କାର ମଧ୍ୟ ପ୍ରାନ୍ସିକୋ ନାଁରେ କରିବା ନେଇ ଘୋଷଣା କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ