ଅପରାଧ ଦେଶ ବିଦେଶ

ପ୍ଲାଷ୍ଟିକ କାରଖାନାରେ ନିଆଁ, ୬ ଜିଅନ୍ତା ଜଳିଗଲେ

ଢାକା: ବଙ୍ଗଳାଦେଶର ରାଜଧାନୀ ଢାକାର ଏକ ପ୍ଲାଷ୍ଟିକ କାରଖାନାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଅଗ୍ନିକାଣ୍ଡରେ ୬ଜଣ ଜିଅନ୍ତା ଜଳି ଯାଇଛନ୍ତି। ଢାକାର ଚୌକବଜାର ଅଞ୍ଚଳରେ ଅପରାହ୍ନରେ ଏହି ଘଟଣା ଘଟିଛି। କାରଖାନାର ତଳ ମହଲାରେ ବାରିସାଲ ହୋଟେଲ ରହିଛି। ଏଠାରେ ରୋଷେଇ ଚାଲିଥିବାବେଳେ ଏକ ସିଲିଣ୍ଡର ହଠାତ ବିସ୍ଫୋରଣ ହୋଇଥିଲା। ଫଳରେ ହୋଟେଲର ଚାରିଆଡେ ନିଆଁ ବ୍ୟାପୀ ଯାଇଥିଲା। ସେଠାରେ କାମ କରୁଥିବା ୬ କର୍ମଚାରୀ କୁଆଡେ ଯାଇପାରି ନଥିଲେ। ଫଳରେ ନିଆଁରେ ପୋଡି ହୋଇ ମୃତ୍ୟୁମୁଖରେ ପଡ଼ିଥିଲେ। ତତକ୍ଷଣାତ ପ୍ଲାଷ୍ଟିକ କାରଖାନାକୁ ନିଆଁ ବ୍ୟାପୀ ଯାଇଥିଲା।

ପ୍ଲାଷ୍ଟିକଗୁଡିକର ଜଳିବା କ୍ଷମତା ଅଧିକ ଥିବାରୁ ଚଞ୍ଚଳ ନିଆଁ ଧରିଥିଲା ଓ ଜଳିବାରେ ଲାଗିଥିଲା। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ତତକ୍ଷଣାତ୍ ପଦକ୍ଷେପ ନିଆଯାଇଥିଲା। ବିଭାଗୀୟ ନିର୍ଦ୍ଦେଶକ ଜିଲୁ ରେହମାନଙ୍କ ନେତୃତ୍ବରେ କର୍ମଚାରୀମାନେ ୧୦ ଅଗ୍ନିଶମ ଗାଡି ଜରିଆରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ମୃତକଙ୍କ ମଧ୍ୟରୁ ୪ଜଣଙ୍କୁ ଚିହ୍ନଟ କରାଯାଇଛି ସେମାନେ ହେଲେ ଓସମାନ, ବିଲାଲ, ସୁପନ ଓ ସରିଫ। ତେବେ ଦୁଇଜଣ ଅଧିକ ଜଳିଯାଇଥିବାରୁ ଚିହ୍ନଟ କରାଯାଇପାରୁନାହିଁ ବୋଲି ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ