ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍‌, ବଗି ତଳେ ଚାପି ହୋଇ ୩ ମୃତ

ଯାଜପୁର ୨୧।୧୧ : ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍‌ । ଯାହାଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଘଟିଛି ଏହି ଅଘଟଣ ।

ଖବର ଅନୁଯାୟୀ, ଭଦ୍ରକ ପଟୁ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ଅଭିମୁଖେ ଆସୁଥିଲା ମାଲବାହୀ ଟ୍ରେନ । ଏହି ସମୟରେ ହଠାତ୍‌ କୋରେଇ ଷ୍ଟେସନରେ ଟ୍ରେନ୍‌ର ଇଞ୍ଜିନ୍‌ ପଟୁ ପ୍ରାୟ ସାତଟି ବଗି ଖସିପଡିଥିଲା l ପ୍ଲାଟଫର୍ମ ସମେତ ଅପ ଏବଂ ଡାଉନ ଲାଇନ ଉପରେ ବଗି ଛିନ୍‌ଛତ୍ର ହୋଇପଡିରହିଛି l

ତେବେ ବଗି ତଳେ ଚାପି ହୋଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଦୁର୍ଘଟଣା ଘଟିବା ଦ୍ୱାରା ଉକ୍ତ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି l ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପିରିକି ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।