ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ଲାଟଫର୍ମର ସାଧାରଣ ଦ୍ବିତୀୟ ଶ୍ରେଣୀ କୋଚ୍‌ ନିକଟରେ ମିଳିବ ଭୋଜନ, ଓଡ଼ିଶାର ୩ଟି ଷ୍ଟେସନ ସାମିଲ

ଭୁବନେଶ୍ବର : ସାଧାରଣ ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର। ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍ ନିକଟରେ ପ୍ଲାଟଫର୍ମରେ ସ୍ଥାନିତ ବର୍ଦ୍ଧିତ ସେବା କାଉଣ୍ଟର ମାଧ୍ୟମରେ ସ୍ୱଳ୍ପ ମୂଲ୍ୟର ଭୋଜନ/କମ୍ବୋ ମିଲସ୍‌ ଏବଂ ପାନୀୟ ଜଳ ସେବା ଯୋଗାଇ ଦିଆଯିବ। ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଆଧାରରେ ଯାତ୍ରୀମାନଙ୍କୁ ଏହି ସୁବିଧା ମିଳିବ। ଆଇଆରସିଟିସିର ରୋଷେଇ ୟୁନିଟ୍ ଓ ଜନ ଆହାର କେନ୍ଦ୍ରରୁ ଏହି ଖାଦ୍ୟ ଯୋଗାଣ ହେବ। କାଉଣ୍ଟରଗୁଡ଼ିକର ଅବସ୍ଥାନ ଜୋନାଲ ରେଳବାଇ ଦ୍ୱାରା ସ୍ଥିର କରାଯିବ। ଫଳରେ ଏହି କାଉଣ୍ଟରଗୁଡ଼ିକୁ ପ୍ଲାଟଫର୍ମରେ ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍‌ର ଅବସ୍ଥାନ ନିକଟରେ ଦିଆଯିବ। ପ୍ଲାଟଫର୍ମରେ ଏହି ବର୍ଦ୍ଧିତ ସେବା କାଉଣ୍ଟରଗୁଡ଼ିକର ବ୍ୟବସ୍ଥା ୬ ମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ହୋଇଛି।

ସୁଲଭ ମୂଲ୍ୟ ଓ ସ୍ନାକ୍‌ସ ଭୋଜନ ସହ ସୁଲଭ ପ୍ୟାକେଜ୍ ପାନୀୟ ଜଳ ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ ଯୋଗାଇ ଦେବା ପାଇଁ ଆଇଆରସିଟିସି ଜୋନ୍‌ଗୁଡ଼ିକୁ ନିଜସ୍ୱ ରୋଷେଇ ୟୁନିଟ୍ ମାଧ୍ୟମରେ ସେବା କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛି। ଜୋନାଲ ରେଳବାଇ ସହିତ ଉଚିତ୍‌ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକଳାପ କରିବାକୁ ଜୋନ୍‌ଗୁଡ଼ିକୁ କୁହାଯାଇଛି। ଓଡ଼ିଶାର ରାଉରକେଲା ଓ ଝାରସୁଗୁଡ଼ା ରେଳଷ୍ଟେସନକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୬୪ଟି ରେଳ ଷ୍ଟେସନରେ ଏହି ସେବା ଉପଲବ୍ଧ କରାଯାଇଛି। ଖୋର୍ଦ୍ଧାରୋଡ ରେଳ ଷ୍ଟେସନ ସମେତ ଆହୁରି ଅନେକ ଷ୍ଟେସନରେ ଏହି ସେବା ଉପଲବ୍ଧ କରାଇବା ପାଇଁ ଯୋଜନା ରହିଛି। ସ୍ୱଳ୍ପ ମୂଲ୍ୟ ଭୋଜନର ମୂଲ୍ୟ ୨୦ ଟଙ୍କା ଥିବା ବେଳେ ସ୍ନାକ୍‌ସ ଭୋଜନ ମୂଲ୍ୟ ୫୦ ଟଙ୍କା ରଖାଯାଇଛି। ଏପର୍ଯ୍ୟନ୍ତ ୫୧ଟି ଷ୍ଟେସନ୍‌ରେ ଏହି ସୁବିଧା କାର୍ଯ୍ୟକାରୀ ହୋଇଛି। ଆସନ୍ତାକାଲି ସୁଦ୍ଧା ବାକି ୧୩ଟି ଷ୍ଟେସନରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।