ବିହାର ୧୮/୦୮: ବିହାରର ରାଜଧାନୀ ପାଟଣାନା ଅଭାବନୀୟ ଘଟଣା । କୋଚିଂରୁ ଫେରୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ । ଅତି ନିକଟରୁ ଏହି ଗୁଳିମାଡ ହୋଇଥିବା କାରଣରୁ ତଣ୍ଟିରେ ବାଜିଛି ଗୁଳି । ଫଳରେ ନାବାଳିକା ଜଣଙ୍କ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ଘଟିଛି ପାଟଣା ଇନ୍ଦ୍ରପୁରୀରେ ଘଟିଛି ।
ପୋଲିସ କହିଛି ଯେ ଏହି ଘଟଣା ସହିତ ରହିଛି ପ୍ରେମ ସମ୍ପର୍କ । ତେବେ ଗୁଳିମାଡ କରିଥିବା ଯୁବକ ଜଣଙ୍କ ହେଉଛି ପୀଡିତା ଛାତ୍ରୀଙ୍କ ପୂର୍ବତନ ପ୍ରେମିକ । ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ଗୁଳିମାଡର ଦୃଶ୍ୟ । ଯେଉଁଥିରେ ନାବାଳିକାକୁ ଗୁଳି ଚଳାଇବା ପରେ ଅଭିଯୁକ୍ତ ଦୌଡ଼ି ପଳାଉଥିବାର ନଜର ଆସିଛନ୍ତି ।
ସୂଚନାଅନୁଯାୟୀ, ବୁଧବାର ଅପରାହ୍ନରେ ପାଟଣାର ବେଉର ପୋଲିସ ଷ୍ଟେସନ ଅଞ୍ଚଳର ଇନ୍ଦ୍ରପୁରୀ ରୋଡ ନମ୍ବର ୪ରେ ଏହି ଘଟଣା ଘଟିଛି । ଗୁଳି ଚଳାଇବା ମାତ୍ରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ନାବାଳିକାର ବାପା ପନିପରିବା ବିକ୍ରି କରନ୍ତି । ତାଙ୍କ ଘର ଘଟଣାସ୍ଥଳଠାରୁ ପ୍ରାୟ ୨୦୦ ମିଟର ଦୂରରେ । ପୋଲିସ ସୂଚନା ଜଣାପଡିଛି ଏହାପୂର୍ବରୁ ଛାତ୍ରୀ ଜଣଙ୍କ ଅନ୍ୟ କୋଚିଂ ପ୍ରତିଷ୍ଠାନକୁ ଅଧ୍ୟୟନ କରିବାକୁ ଯାଉଥିଲେ ।
ସେଠାରେ ସେ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ପରେ ଉଭୟଙ୍କ ମଧ୍ୟରେ କିଛି ବିଷୟରେ ବିବାଦ ଲାଗି ରହିଥିଲା । ତା’ପରେ ନାବାଳିକା ଜଣଙ୍କ ଅନ୍ୟ ଏକ କୋଚିଂ ପ୍ରତିଷ୍ଠାନକୁ ଯିବା ଆରମ୍ଭ କଲେ । ଏହା ଦେଖି ପ୍ରେମିକ ରାଗ ପଞ୍ଚମ ହୋଇଗଲା । ରାଗିଯାଇ ନାବାଳିକା ଉପରକୁ ଗୁଳିମାଡ଼ କରିଦେଲା । ସେପଟେ ଅଭିଯୁକ୍ତ ଯୁବକଙ୍କୁ ଖୋଜୁଛି ପୋଲିସ ।