ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ପ୍ରେମ ମାନେନା ବୟସ, ୨୯ ବର୍ଷୀୟ ଯୁବତୀଙ୍କୁ ବିବାହ କଲେ ୫୬ ବୟସ୍କ ବ୍ୟକ୍ତି

ଲାହୋର ୧୪।୦୯: କଥାରେ ଅଛି.,. ପ୍ରେମ ଦେଖେ ନାହିଁ ବୟସ କି ଧର୍ମ । କେତେବେଳେ କାହାକୁ ଓ କେଉଁ ପରିସ୍ଥିତିରେ ପ୍ରେମ ହୁଏ । ନା କିଏ ଜାଣିପାରିବ, ନା କିଏ କହିପାରିବ । ପାକିସ୍ତାନରେ ଏକ ଦମ୍ପତ୍ତିଙ୍କ କ୍ଷେତ୍ରରେ ଏହି କଥାଟି ଫିଟ୍ ହେଉଛି । ଜଣେ ୫୬ ବର୍ଷୀୟ ବ୍ୟକ୍ତି ନିଜ କମ୍ ବୟସର ମହିଳା (୨୯ ବର୍ଷ)ଙ୍କୁ ବିବାହ କରିଛନ୍ତି । ଏବେ ଉଭୟଙ୍କର ବର୍ତ୍ତମାନ ୩ ସନ୍ତାନ ଅଛି । ସମୟ ଅତିବାହିତ ହେବା ସହିତ ସେମାନଙ୍କ ଜୀବନ ଅଧିକ ସୁନ୍ଦର ହେବାରେ ଲାଗିଛି । ଉଭୟ ନିଜ କାହାଣୀକୁ ଏକ ୟୁଟ୍ୟୁବ ଚ୍ୟାନେଲରେ ଜଣାଇଛନ୍ତି। ଯାହା ପରେ ଏବେ ସେମାନଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପାକିସ୍ତାନ ରେଳବାଇରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଏହା ପ୍ରାୟ ୯ ବର୍ଷ ପୂର୍ବର କଥା। ଯେତେବେଳେ ତାଙ୍କ ପତ୍ନୀ ହୃଦରୋଗ ସହ ଲଢୁଥିଲେ। ଶେଷରେ ତାଙ୍କ ଚିକିତ୍ସା ସତ୍ତ୍ୱେ ମୃତ୍ୟୁ ହୋଇଥିଲା। ଏହି କାରଣରୁ, ସେ ତାଙ୍କର ତିନି ଝିଅଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କଲେ । ହଠାତ୍ ସେ ଜଣେ ୨୯ ବର୍ଷର ମହିଳାଙ୍କ ବିଷୟରେ ଜାଣିବାକୁ ପାଇଲେ । ମହିଳା ଜଣକ ବିବାହିତ ଥିଲେ କିନ୍ତୁ କିଛି ବାଦ ବିବାଦ ଯୋଗୁଁ ସେ ମଧ୍ୟ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ସେ ସ୍ଥିର କରିଥିଲେ କି ସେ ଆଉ ଦ୍ଵିତୀୟ ବିବାହ କରିବେ ନାହିଁ । ଯଦି ମୋତେ ଏହା କରିବାକୁ ପଡିବ, ମୁଁ ଜଣେ ଯୁବକ ବଦଳରେ ଜଣେ ବୃଦ୍ଧଙ୍କୁ ବିବାହ କରିବି ।

ବ୍ୟକ୍ତି ଜଣଙ୍କ ପରିବାରର କିଛି ସଦସ୍ୟଙ୍କ ସହ କଥା ହୋଇଥିଲେ ଏବଂ ମହିଳା ମଧ୍ୟ ବିବାହରେ ରାଜି ହୋଇଯାଇଥିଲେ। ବିବାହ ପରେ ଘରକୁ ଆସିଥିବା ଦ୍ୱିତୀୟ ପତ୍ନୀଙ୍କ ପାଇଁ ସମସ୍ୟାଟି ହେଲା ବ୍ୟକ୍ତିଙ୍କର ତିନି ଝିଅ ଏବଂ ସେମାନେ ତାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଏଭଳି ପରିସ୍ଥିତିରେ, ନୂଆ ପରିବାରରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବା ବହୁତ କଷ୍ଟସାଧ୍ୟ ଥିଲା। କିନ୍ତୁ ସେ ଧୀରେ ଧୀରେ ସମସ୍ତଙ୍କ ହୃଦୟ ଜିତିଗଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ