କଳା ଓ ସଂସ୍କୃତି ଦେଶ ବିଦେଶ

ପ୍ରେମ ବିବାହ କରିବାରୁ ଯୁବତୀଙ୍କୁ ମିଳିଲା ଦଣ୍ଡ, ନର୍ମଦା ନଦୀରେ ଶୁଦ୍ଧି ସହ କରାଇଲେ ଲଣ୍ଡା

ବୈତୁଲ ୩୧।୧୦ : ପ୍ରେମ ବିବାହ କରିବା ହେଲା କାଳ। ବିବାହ କରିବାରୁ ଯୁବତୀଙ୍କୁ ମିଳଲା ଦଣ୍ଡ। ଓବିସି କାଷ୍ଟର ଜଣେ ନର୍ସିଂ ଛାତ୍ରୀଙ୍କୁ ତାଙ୍କ ବାପା ଶୁଦ୍ଧି କରିବାକୁ ଯାଇ ନର୍ମଦା ନଦୀରେ ଲଣ୍ଡା କରିଛନ୍ତି। କେବଳ ସେତିକି ନୁହେଁ ଅଇଁଠା ମଧ୍ୟ ଖୁଆଇଛନ୍ତି। ଏନେଇ ଯୁବତୀ ଜଣକ ପୋସିଲଙ୍କ ଅଭିଯୋଗ କରିଛନ୍ତି। ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ବୈତୁଲ ଅଞ୍ଚଳରେ।

ସୂଚନାଅନୁଯାୟୀ, ଗତ ବର୍ଷ ଆର୍ଯ୍ୟ ସମାଜ ମନ୍ଦିରରେ ୨୪ ବର୍ଷୀୟ ସାକ୍ଷୀ ଯାଦବ ଏବଂ ୨୭ ବର୍ଷୀୟ ଅମିତ ଅହିରୱାରଙ୍କ ବିବାହ ହୋଇଥିଲା। ବିବାହ ପରେ ଝିଅର ପରିବାର ଲୋକେ ଶାଶୁ ଘରକୁ ପୋଲିସ୍‌ ସାହାଯ୍ୟରେ ଯୁବତୀଙ୍କୁ ଘରକୁ ଆଣିଥିଲେ। ତେବେ ଅଗଷ୍ଟ ୧୮ ତାରିଖରେ ତାଙ୍କ ପିତା ତାଙ୍କୁ ନର୍ମଦା ନଦୀକୁ ନେଇ ୪ଜଣଙ୍କ ସାମ୍ନାରେ ଅର୍ଦ୍ଦ ଉଲଗ୍ନ କରି ଶୁଦ୍ଧି କରି ତାଙ୍କୁ ଲଣ୍ଡା କରି କରାଇଥିଲେ। ନଦୀରେ ବୁଡ଼ ପକାଇବା ସହ, ତାଙ୍କୁ ଅଇଁଠା ଖାଇବାକୁ ଦିଆଯାଇଥିଲା। ଅନ୍ୟ କାଷ୍ଟର ଯୁବକଙ୍କୁ ବିବାହ କରିବା ପରେ ଶୁଦ୍ଧି ନାଁରେ ତାଙ୍କ ସହ ଏଭଳି ଅତ୍ୟାଚାର କରାଯାଇଥିବା ନେଇ ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି।

ଏହା ସହ ଯୁବତୀ ଜଣଙ୍କ କହିଥିଲେ କି ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇ ଅନ୍ୟ ଜଣଙ୍କ ସମାନ ଜାତିରେ ବିବାହ କରିବାକୁ ବାଧ୍ୟ କରାଯାଉଥିଲା । ଏହା ସହ ଏହି ମାମଲାରେ ପୋଲିସ ମଧ୍ୟ ତାଙ୍କ ବାପାଙ୍କ ସହ ମିଶିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳୁଥିବା ମଧ୍ୟ ସେ କହିଛନ୍ତି। ଘଟଣାକୁ କେନ୍ଦ୍ର କରି ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କ ବାପାଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,