ଅପରାଧ ରାଜ୍ୟ

ପ୍ରେମ ପାଇଁ ଜୀବନ ହାରିଲେ ଯୁବତୀ ! ଫ୍ୟାନ୍‌ରେ ଝୁଲିପଡିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର

ଭୁବନେଶ୍ୱର ୨୧।୦୮: ଫ୍ୟାନ୍‌ରେ ଝୁଲିପଡିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର । ଭୁବନେଶ୍ୱର ଚନ୍ଦ୍ରେଶଖରପୁର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତ ଯୁବତୀଙ୍କ ନାମ ଶ୍ୱେତ ଉତ୍କଳ କୁମାରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶ୍ୱେତା ଉତ୍କଳ କୁମାରୀ ଇନ୍‌ଫୋସିସ୍‌ରେ ସଫ୍ଟଓ୍ୱେୟାର ଇଞ୍ଜିନିୟର ଭାବ କାମ କରନ୍ତି । ହେଲେ ଏବେ ସେ ରହୁଥିବା ଆପର୍ଟମେଣ୍ଟର କୋଠରୀରୁ ଝୁଲନ୍ତା ମୃତଦେହ ଠାବ ହୋଇଛି । ଘରେ ଲାଗିଥିବା ଫ୍ୟାନ୍‌ରୁ ଝୁଲନ୍ତା ମୃତଦେହ ଠାବ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ତେବେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ଆଉ କଣ ? ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ପୋଲିସ ପ୍ରେମ ପାଇଁ ଜୀବନ ହାରିଥିବା ନେଇ ସନ୍ଦେହ କରୁଛି । ଏନେଇ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ଡାକି ଥାନାରେ ଜେରା କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।