ମନୋରଞ୍ଜନ

ପ୍ରେମ ଓ ସମ୍ପର୍କକୁ ଭୁଲିପାରୁନାହାଁନ୍ତି ନୀନା ଗୁପ୍ତା, କହିଲେ ସତ : ମାସାବା ମନରେ ଭିଭିଙ୍କ ବିରୋଧରେ କିଛି ବି ନେଗେଟିଭ ପୂରାଏନି, କାରଣ “ସେ ତାର ବାପା”

ମୁମ୍ୱାଇ ୨୩/୫: ବିଳମ୍ବରେ ହେଲେ ବି ଚମତ୍କାର ଅଭିନୟ ପ୍ରଦର୍ଶନ କରି ନୀନା ଗୁପ୍ତା ଅଭିନୟ କ୍ୟାରିୟରରେ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି । ଦରକାର ପଡିଲେ ସେ ତାଙ୍କ ଫ୍ୟାନ୍ସ ଫଲୋଅରଙ୍କୁ କଡ୍ଡା ଜବାବ ମଧ୍ୟ ଦେଇଥାନ୍ତି । ବଲିଉଡରେ ନାମୀଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ନୀନା ଗୁପ୍ତା ଅନ୍ୟତମ । ସର୍ବଦା ରୋକଠୋକ୍ କଥା କହୁଥିବା ଏହି ଅଭିନେତ୍ରୀ ଜଣଙ୍କ ହୃଦୟ ବହୁତ ସଫା ।

ବିଭିନ୍ନ କାରଣରୁ ସେ ସଦା ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି । ଏବେ ପୁଣି ତାଙ୍କର ଗୋଟିଏ ମନ୍ତବ୍ୟକୁ ନେଇ ସବୁଠି ଚର୍ଚ୍ଚା । ଏଥର ସେ ନିଜର ପର୍ସନାଲ ଷ୍ଟେଟମେଣ୍ଟକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ନିଜ ବିଷୟରେ କରିଛନ୍ତି କିଛି ଖୁଲାସା । ସେ, କହିଛନ୍ତି ତାଙ୍କ ପୂର୍ବତନ ସ୍ୱାମୀ ତଥା ଓ୍ୱେଷ୍ଟଇଣ୍ଡିଜ କ୍ରିକେଟର ଭିଭିଆନ୍ ରିଚାର୍ଡସ୍ ଏବଂ ତାଙ୍କ ଝିଅ ମାସାବା ଗୁପ୍ତା ପରସ୍ପର ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି ।

ନିକଟରେ ଏକ ସାକ୍ଷାତକାରରେ ସେ ଉଲ୍ଲେଖ କରିଛନ୍ତି ଯେ ସେ ତାଙ୍କ ଝିଅ ମାସାବା ଗୁପ୍ତାଙ୍କ ମନରେ କେବେ ବି ନିଜର ଜନ୍ମକଲା ପିତା ଭିଭିଆନଙ୍କ ବିରୋଧରେ ବିଷ ମଞ୍ଜି ବୁଣନ୍ତି ନାହିଁ । କି କୌଣସି ଖରାପ କୁହନ୍ତି ନାହିଁ । ସେ କହିଥିଲେ, ‘ମୋ ପାଖରେ ଆଜି ଯଦି ମାସାବା ଅଛି ତ କେବଳ ଭିଭିଆନ ରିଚାର୍ଡସଙ୍କ ପାଇଁ । ଯଦି ତୁମେ କାହାକୁ ଭଲ ପାଅ, ତାକୁ ସେତିକି ଘୃଣା କରିପାରବନି । ହୁଏତ ଏକାଠି ନରହିପାରୁ କି ବଞ୍ଚିନପାରୁ କିନ୍ତୁ ୱୋ ସବ ଧୀରେ ଧୀରେ ପତା ଚଲଯାତା ହେ । କିନ୍ତୁ ତୁମେ ଘୃଣା କରିପାରିବନି ।

ଏମିତି ହୁଏନି, କି ଆଜି ଭଲପାଇ କାଲିକି ଘୃଣା କର । ଝିଅ ବିଷୟରେ ନୀନା କହିଛନ୍ତି । ପ୍ରତ୍ୟେକ ଝିଅର ତା ବାପା ଉପରେ କିଛିଟା ଅଧିକାର ଅଛି, ଭଲପାଇବା ଅଛି । ମୁଁ ଏହାକୁ ହୃଦୟଙ୍ଗମ କଲି ଓ ଝିଅକୁ ବି ଅନୁଭବ କରାଇଲି । ମୁଁ କାହିଁକି ତାଙ୍କ ବିରୋଧରେ ଝିଅ ଚିନ୍ତାଧାରାରେ ବିଷ ଦେବି ? ମୋର ରିଚାର୍ଡସଙ୍କ ପ୍ରତି ସମ୍ମାନ ଅଛି, ସେ ମୋତେ ସମ୍ମାନ କରନ୍ତି ଏବଂ ତେଣୁ ସେ ଆମ ଦୁହିଁଙ୍କୁ ସମ୍ମାନ କରନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ