ରାଜ୍ୟ

ପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମ, ପ୍ରେମିକ ମୃତ, ପ୍ରେମିକା ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ ଅନ୍ତର୍ଗତ ଆଡାଯୋର୍ ପଞ୍ଚାୟତ ଅନ୍ତର୍ଗତ ଅଡାଟାକିରି ଗ୍ରାମର ମଙ୍ଗଳୁ ମାଝୀ ଅଡାଯୋର୍ ଗ୍ରାମର ଜନୈକ ଯୁବତୀଙ୍କୁ ପ୍ରେମ କରୁଥିବା ଜାଣି ଯୁବତୀଙ୍କ ବାପା ବିଜୟ ମାଝୀ ନିଜ ଝିଅ ଲଳିତା ଓ ତାର ପ୍ରେମିକ ମଙ୍ଗଳୁଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା।

ସୂଚନା ମୁତାବକ ଏହି ପ୍ରେମୀଯୁଗଳ ଗତ ମାସେ ହେଲା ଘରୁ ଫେରାର ଥିଲେ। କିନ୍ତୁ ସପ୍ତାହ ପୁର୍ବରୁ ଗାଁକୁ ଆସିଥିଲେ। ଝିଅ ନିଜ ବାପଘରେ ଥିବା ବେଳେ ଗତକାଲି ସନ୍ଧ୍ୟାରେ ମଙ୍ଗଳୁଙ୍କୁ ଡାକି ତାକୁ ନେଇଯିବା ପାଇଁ କହିଥିଲା। ମଙ୍ଗଳୁ ଅଡାଜୋର୍ ଆସି ବାଇକରେ ଲଳିତାଙ୍କୁ ନେଇ ଯାଉଥିବା ସମୟରେ ଅଡାଜୋର୍ ନିକଟରେ ଝିଅର ବାପା ବିଜୟ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ମଙ୍ଗଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ରହିଛି। ବର୍ତ୍ତମାନ କାଶୀପୁର ଥାନାରୁ ଏକ ଟିମ୍ ଯାଇ ତଦନ୍ତ କରୁଥିବା ସୂଚନା ମିଳିଛି। 

ଏ ପର୍ଯ୍ୟନ୍ତ ଆସାମୀ ବିଜୟ ଫେରାର ଥିବା ବେଳେ ପୁଲିସ ତାକୁ ଖୋଜୁଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚିଛି I ଗୁରୁତର ଆହତ ଲଳିତାଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛିI

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।