ଅପରାଧ ରାଜ୍ୟ

ପ୍ରେମିକ ସାଜିଲା ବଇରି: ୯ ମାସର ଗର୍ଭବତୀ ପ୍ରେମିକାକୁ ବିବାହ କରିବାକୁ ନାରାଜ, ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ବଲାଙ୍ଗୀର ୨୦/୦୯: ପ୍ରଥମେ ପ୍ରେମ ସମ୍ପର୍କ ଆଉ ପରେ ପ୍ରତାରଣା l ନଅ ମାସର ଗର୍ଭବତୀ ଯୁବତୀ ଏବେ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ତ ହୋଇଛି। ଏମିତି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ପିପଲପଦର ଗାଁରେ ଦେଖିବାକୁ ମିଳିଛି। ଗାଁର ବୃନ୍ଦାବନ ଛତ୍ରିଆଙ୍କ ଝିଅ ସେହି ଗାଁର ସୁମନ୍ତ ଭୋଇ ପରସ୍ପରକୁ ଦୀର୍ଘ ଛଅ ବର୍ଷ ହେଲା ଭଲ ପାଉଥିଲେ । ହେଲେ ଶେଷରେ ପ୍ରେମିକ ସୁମନ୍ତ ପ୍ରେମିକାଙ୍କୁ ଗର୍ଭବତୀ କରି ପ୍ରତାରଣା କରୁଛି। ପ୍ରେମିକା ଏନେଇ ଥାନାର ଦ୍ୱାରସ୍ଥ ହେବା ପରେ ମୋର କେହି କିଛି କରିପାରିବେନି ବୋଲି ପ୍ରେମିକ ଫୋନରେ କହିଛି।

ଖବର ଅନୁସାରେ, ବଲାଙ୍ଗୀର ଜିଲ୍ଳା ଦେଓଗାଁ ବ୍ଲକ ପିପଲପଦର ଗାଁର ସୁମନ୍ତ ଭୋଇ ନାମକ ଯୁବକ ସେହି ଗାଁର ଜଣେ ଯୁବତୀ ଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଦୁଇ ଜଣଙ୍କ ଘର ଗୋଟିଏ ଗାଁର ହୋଇଥିବାରୁ ନିର୍ଦ୍ୱନ୍ଦରେ ସେମାନେ ପରସ୍ପର ସହ ମିଶୁଥିଲେ। ଏପରିକି ଉଭୟଙ୍କ ପରିବାର ସଦସ୍ୟ ତାଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ। ବାରମ୍ବାର ମିଳାମିଶା ଯୋଗୁଁ ପୂର୍ବରୁ ଯୁବତୀ ଜଣକ ଦୁଇଥର ଗର୍ଭବତୀ ହୋଇଥିଲେ। କିନ୍ତୁ ବିବାହ ହୋଇ ନଥିବାରୁ ଗର୍ଭ ନଷ୍ଟ କରି ଦିଆଯାଇଥିଲା। ଏବେ ପୁଣି ୯ ମାସର ଗର୍ଭବତୀ। ପେଟରେ ଛୁଆ ବଢୁଛି। ମାତ୍ର ଛୁଆ ବାପାର ପରିଚୟ ପାଇଁ ବାରଦୁଆର ଶୁଣ୍ଢି ପିଟା ହେଉଛି ନଅ ମାସର ଗର୍ଭବତୀ କୁଆଁରି ମାତୃତ୍ୱ।

ପୀଡ଼ୀତା ଜଣଙ୍କ ନିଜ ଗଭସ୍ଥ ଶିଶୁକୁ ବାପାର ପରିଚୟ ପାଇଁ ଦାବିକରୁଥିବା ବେଳେ ଏବେ କିନ୍ତୁ ସୁମନ୍ତ ଭୋଇ ବିବାହ କିମ୍ବା ଯୁବତୀକୁ ରଖିବାକୁ ମନା କରୁଛି। ନ୍ୟାୟ ପାଇଁ ଯୁବତୀ ଜଣକ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଯୁବକଙ୍କୁ ଗିରଫ କରିବା ବଦଳରେ ସମ୍ପୃକ୍ତା ଯୁବତୀଙ୍କୁ ୱାନ୍‌ ଷ୍ଟପ୍‌ ସଖି ସେଣ୍ଟରରେ ଛାଡ଼ି ଦେଇଥିଲେ। ଯୁବତୀ ଜଣକ ସଖୀ ସେଣ୍ଟରରେ କିଛି ଦିନ ରହିବା ପରେ ଏବେ ନ୍ୟାୟ ପାଇଁ ବଲାଙ୍ଗୀର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ଥାନାରେ ଅଭିଯୋଗ ହୋଇଥିଲେ ବି ବେଫିକର ହୋଇ ପ୍ରେମିକ ସୁମନ୍ତ ଭୋଇ ବୁଲୁଛି। ଏନେଇ ଯୁବତୀ ଜଣକ କୋର୍ଟରେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସୁମନ୍ତ ମନା କରିବା ସହିତ ଥାନାରେ ଅଭିଯୋଗ କଲେ କି କାହାକୁ ଜଣାଇଲେ ମଧ୍ୟ ତାର କିଛି ଫରକ ପଡିବ ନାହିଁ ବୋଲି କହିଛି। ସେ ଆହୁରି କହିଛି ମୁଁ ଜେଲ ଗଲେ ମଧ୍ୟ ଟଙ୍କା ଖର୍ଚ୍ଚ କରି ବାହାରି ଯିବି, ଫସିବୁ ତୁ, ଲୋକ ତୋତେ ଟାହିଟାପରା କରିବେ। ମୋର କିଛି ହେବନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।