ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରେମିକ ସହ କନିଆଁ ଫେରାର୍‌, ବାହାହେଲେ ସାନଭଉଣୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବ୍ରଜରାଜନଗର : ନିକଟରେ ବଲାଙ୍ଗୀର ଜିଲ୍ଲାରେ ବିବାହ ପରେ ଜଣେ କନ୍ୟା ପ୍ରେମିକ ସହ ଫେରାର୍‌ ହେବା ଘଟଣାର ଚର୍ଚ୍ଚା ଥମିନାହିଁ। ଏତିକି ବେଳେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ବରପାଲି ଗାଁରେ ପୁଣି ଏମିତି ଘଟଣା ସାମ୍ନାକୁ ଆସିଛି। ପରେ ବରପକ୍ଷ ଓ କନ୍ୟାପକ୍ଷର ସହମତିରେ କନ୍ୟାର ସାନଭଉଣୀକୁ ପୁଣି ବିବାହ କରି ବରଘରକୁ ଫେରିଥିବା ଜଣାଯାଇଛି।

ବରପାଲିର ଜଣେ ଯୁବତୀଙ୍କ ବିବାହ ସିମଡେଗା ଜିଲ୍ଲା ଗୋହରିଦଣ୍ଡ ଗ୍ରାମରେ ରାଜୁ ବେହେରାଙ୍କ ସହିତ ଠିକ୍‌ ହୋଇଥିଲା। ଶନିବାର ବର କନ୍ୟା ଘରେ ପହଞ୍ଚିଥିଲେ। ଧାର୍ଯ୍ୟ ସମୟରେ ବିବାହ ପାଣିଗ୍ରହଣ ସରିବା ସହ ବରଯାତ୍ରୀ ମଧ୍ୟ ଭଲରେ ଭୋଜି ଖାଇଥିଲେ। ରାତି ୧୦.୩୦ମି.ରେ ପରିବାର ଲୋକ ବରକନ୍ୟାଙ୍କୁ ବିଦାୟ ଦେଇଥିଲେ। ବରକନ୍ୟା ଗାଡ଼ି ଗାଁ ମୁଣ୍ଡରେ ପହଞ୍ଚିବା ପରେ କନ୍ୟା ବାନ୍ତି କରିବାକୁ କହି ଗାଡ଼ିରୁ ଓହ୍ଲାଇ ଯାଇଥିଲେ। କନ୍ୟା ଟିକେ ଆଗକୁ ଯାଇ ବାନ୍ତି କରିବା ଅଭିନୟ କରିବା ସମୟରେ ଆଗରେ ବାଇକ୍‌ ଧରି ପ୍ରସ୍ତୁତ ଥିବା ପ୍ରେମିକ ସହ ଫେରାର ହୋଇଯାଇଥିଲେ। କନ୍ୟା ଫେରାର ହେବା ଜାଣିବାପରେ ବର ପକ୍ଷ ଚିନ୍ତାରେ ପଡ଼ି ଯାଇଥିଲେ। ଲୋକଲଜ୍ଜା ଓ ନିଜ ପରିବାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ସେମାନେ ବରପାଲି ଗ୍ରାମକୁ ଫେରି ଉଭୟ ପରିବାର ଆଲୋଚନା କରିଥିଲେ। ଶେ‌ଷରେ ପୁଣି କନ୍ୟାର ସାନଭଉଣୀ ସହ ନିରାଡ଼ମ୍ବର ବିବାହ ହୋଇଥିଲା। ତେବେ କନ୍ୟାର କାକା ପକ୍ଷରୁ ଏନେଇ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।