ଖେଳ ଦେଶ ବିଦେଶ ମନୋରଞ୍ଜନ

ପ୍ରେମିକା ସଞ୍ଜନାଙ୍କୁ ବିବାହ କଲେ ‌ଷ୍ଟାର କ୍ରିକେଟର୍ ଯଶପ୍ରୀତ ବୁମ୍‌ରା

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟର ସଫଳ ଖେଳାଳି ଯଶପ୍ରୀତ ବୁମ୍‌ରା ଆଜି ହାତରୁ ଦି’ହାତ ହୋଇଛନ୍ତି। ଆଜି ପରିବାରବର୍ଗଙ୍କ ଉପସ୍ଥିତିରେ ଗୋଆରେ ଟେଲିଭିଜନ୍ ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ବିବାହ କରିଛନ୍ତି ବୁମ୍‌ରା। ସୂଚନା ଅନୁସାରେ, ମାତ୍ର ୨୦ ଜଣ ଅତିଥି ଏହି ବିବାହ ଉତ୍ସବରେ ସାମିଲ୍ ହୋଇଥିଲେ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରବିବାର ଗୋଆରେ ପ୍ରାକ୍‌-ବିବାହ ରୀତିନୀତି ସଂପନ୍ନ ହୋଇଥିଲା। ବୁମ୍‌ରା ଏବଂ ସଞ୍ଜନା ତାଙ୍କ ବିବାହର ଫଟୋ ପ୍ରକାଶିତ କରିବାକୁ ଚାହୁଁ ନଥିବା କାରଣରୁ ବିବାହରେ ଯୋଗ ଦେବାକୁ ଆସିଥିବା ଅତିଥିମାନଙ୍କୁ ନିଜର ଫୋନ୍‌ ନ ଆଣିବାକୁ କହିଥିଲେ। ତେବେ ଆଜି ନିଜେ ଟୁଇଟ୍ କରି ବିବାହ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି ବୁମରା। ସେ ଲେଖିଛନ୍ତି, ଭଲପାଇବା ଦ୍ବାରା ପରିଚାଳିତ ହୋଇ ଆମେ ସାଥୀହୋଇ ଏକ ନୂଆ ଯାତ୍ରା ଆରମ୍ଭ କରିଛୁ। ଆଜି ହେଉଛି ଆମ ଜୀବନର ସବୁଠାରୁ ଆନନ୍ଦଦାୟକ ଦିନ। ଆଉ ଆମେ ଆମ ବିବାହ ଖବର ଆପଣଙ୍କ ସହ ବାଣ୍ଟି ଖୁବ୍ ଆନନ୍ଦିତ ମନେକରୁଛୁ।

ଷ୍ଟାର୍‌ ସ୍ପୋର୍ଟସ ଚାନେଲ୍‌ର ସଞ୍ଜନା ଜଣେ ଜଣାଶୁଣା ଚେହେରା। ସେ କ୍ରିକେଟ୍‌ ଓ ବ୍ୟାଡ୍‌ମିଣ୍ଟନ୍‌ ଆଦି ଖେଳର ଜଣେ ଲୋକପ୍ରିୟ ଉପସ୍ଥାପିକା। ଆଇସିସି ବିଶ୍ବକପ୍ ୨୦୧୯, ଆଇପିଏଲ୍ ଏବଂ ଟିମ୍ ଇଣ୍ଡିଆର ସିରିଜଗୁଡ଼ିକର ଉପସ୍ଥାପନ କରି ସେ କ୍ରିକେଟପ୍ରେମୀ ମହଲରେ ବେଶ୍ ଲୋକପ୍ରିୟତା ପାଇଥିଲେ। ୨୪ ବର୍ଷୀୟା ସଞ୍ଜନା ୨୦୧୮ ମସିହାର ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲିଷ୍ଟ୍‌ ମଧ୍ୟ। ଜଣେ କ୍ରୀଡ଼ା ଉପସ୍ଥାପିକା ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିବା ପୂର୍ବରୁ ଏମ୍‌ଟିଭିରେ ଦେଖିବାକୁ ମିଳିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ