ଅପରାଧ ଦେଶ ବିଦେଶ

ପ୍ରେମିକାର ବିବାହ ଭାଙ୍ଗିବାକୁ ଚାହୁଁଥିବା ପ୍ରେମିକ ଭାବି ସ୍ବାମୀଙ୍କୁ ଦେଖାଇଦେଲା ଆପତ୍ତିଜନକ ଫଟୋ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେବରିଆରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କ ବିବାହ ଭାଙ୍ଗିବା ପାଇଁ ପ୍ରେମିକାଙ୍କ ବିବାହର କିଛି ସମୟ ପୂର୍ବରୁ ତାଙ୍କ ଭାବି ସ୍ବାମୀଙ୍କୁ ନେଇ ପ୍ରେମିକାଙ୍କ ଫଟୋ ଦେଖାଇଥିଲେ। ଭାବି ସ୍ବାମୀ ଜଣକ ଆପତ୍ତିଜନକ ଫଟୋଗୁଡ଼ିକୁ ଦେଖିବା ପରେ ବିବାହ ଭାଙ୍ଗି ଦେଇଥି‌ଲେ। ସେଠାରେ ଆଉ ବିବାହ କରିବେ ନାହିଁ ବୋଲି କହି ବରଯାତ୍ରୀ ଧରି ‌ଫେରି ଯାଇଥିଲେ। ସମସ୍ତେ ମିଶି ବରଙ୍କୁ ବୁଝାସୁଝା କରିବା ପରେ ବି ବର ଜଣକ ମାନି ନଥିଲେ। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକକୁ ଅଟକ ରଖିଛି।

ପୁଲିସ୍‌ ସୂତ୍ରରୁ ପ୍ରକ‌ାଶ ଯେ ଏକ ଗାଁରେ ମେ ୨୫ ତାରିଖରେ ବିବାସ୍ଥ ସ୍ଥିର ହୋଇଥିଲା। ମେ ୨୩ ତାରିଖରେ ବିବାହ ପୂର୍ବର ରୀତିନୀତି ସବୁ ସରି ଯାଇଥିଲା। ସବୁକିଛି ଠିକ୍‌ଠାକ୍‌ ଚା‌ଲିଥିଲା। ମାତ୍ର ଯୁବତୀଙ୍କ ଗାଁରେ ଥିବା ତାଙ୍କ ଜାଣେ ପ୍ରେମିକ ତାଙ୍କ ଭାବି ସ୍ବାମୀଙ୍କୁ ନିଜ ପ୍ରେମ ସଂପର୍କ ବିଷୟରେ ବହୁ ଦିନରୁ କହି ଆସୁଥିଲେ। ଏପରିକି ସେ ଯୁବତୀକୁ ବିବାହ କରନ୍ତୁନି ବୋଲି ମଧ୍ୟ ପ୍ରେମିକ ଜଣକ ଉସୁକାଉଥିଲେ। ମାତ୍ର ବିବାହ କରିବାକୁ ବର ଜଣକ ମାନସିକ ଭାବେ ପୂରା ପ୍ରସ୍ତୁତ ହୋଇ ସାରିଥିଲେ। ସେ କୌଣସି ମତେ ବିବାହ ଭାଙ୍ଗିବେ ନାହିଁ ବୋଲି କହିଥିଲେ। ଶେଷରେ ହତାସ ପ୍ରେମିକ ଜଣକ ବାଧ୍ୟ ହୋଇ ତାଙ୍କ ସହ ତାଙ୍କ ପ୍ରେମିକାଙ୍କ ସହ ଥିବା କିଛି ଆପତ୍ତିଜନକ ଫଟୋକୁ ବରକୁ ଦେଖାଇ ବିବାହ ଭାଙ୍ଗିବାରେ ସଫଳ ହୋଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ