ଅପରାଧ ରାଜ୍ୟ

ପ୍ରେମିକାକୁ ଗର୍ଭବତୀ ପରେ ପ୍ରତାରଣା ଅଭିଯୋଗ । ନ୍ୟାୟ ପାଇଁ ଧାରଣା ଦେଇଥିଲେ ଯୁବତୀ, ଫେରିଲେ ପ୍ରେମିକ

ପ୍ରେମିକାର ଧାରଣା ପରେ ଫେରିଲେ ପ୍ରେମିକ । ବିବାହର ମିଛ ପ୍ରତିଶ୍ରୁତି ଦେଇ ୭ବର୍ଷ ହେଲା ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ପ୍ରେମିକା ୭ ମାସର ଗର୍ଭବତୀ ହେବାପରେ ହାତ ଛାଡି ଦେଇଥିଲେ ପ୍ରେମିକ । ତେଣୁ ସ୍ତ୍ରୀର ମାନ୍ୟତା ଓ ଘରକୁ ପଶିବାକୁ ଅନୁମତି ଦାବି କରି ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ ପ୍ରେମିକା । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଂଚାୟତର ଛତ୍ରବର ଗାଁରୁ ଏଭଳି ଆଭାବନୀୟ ଚିତ୍ର ସାମ୍ନାକୁ ଆସିଥିଲା ।

ନ୍ୟାୟ ଦାବି କରି ଯୁବତୀ ଜଣକ ୧୫ଦିନ ହେଲା ବୁଲୁଥିବାବେଳେ ଶେଷରେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିଲେ । ତାଙ୍କ ସହ ଧାରଣାରେ ସାମିଲ ହୋଇଥିଲେ ସମାଜସେବୀ ତଥା ମାଆ ଘରର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ । ତେବେ ଯୁବତୀ ଜଣଙ୍କ ପ୍ରେମ କରୁଥିବା ଯୁବକ ଲାଇଜର ଖରା ପୂର୍ବରୁ ବିବାହିତ । ନିଜ ସ୍ତ୍ରୀଙ୍କୁ ଭାଉଜ ଓ ଝିଅକୁ ନିଜ ଝିଆରୀ ବୋଲି ମିଛ ପରିଚୟ ଦେଇ ତେନ୍ତୁଳିଖୁଂଟି ଥାନା ଖାତିଗୁଡା ଗାଁର ଏହି ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ଶାରୀରିକ ସମ୍ପର୍କ ରଖିବା ପରେ ବିବାହ ପାଇଁ ଜିଦ ଧରିଥିଲେ ଯୁବତୀ । ତେଣୁ ତାଙ୍କୁ ପାପଡାହାଣ୍ଡିରେ ଗୋଟିଏ ମାସ ଓ ଭଉଣୀ ଘରେ ପ୍ରାୟ ୨ ବର୍ଷ ରଖିଥିଲେ । ଏହାପରେ ଡାବୁଗାଁର ସୁଧାର ଗୃହରେ ୧ ମାସ ରଖିବା ପରେ ନିଜ ଘରକୁ ନେଇଥିଲେ ।

ହେଲେ ଲାଇଜରର ପରିବାର ତାଙ୍କୁ ଘରେ ପୁରାଇ ନଦେବାରୁ ୭ ମାସର ଗର୍ଭବତୀ ଯୁବତୀ ଜଣଙ୍କ ତାଙ୍କ ଘର ଆଗରେ ଧାରଣାରେ ବସିରହିଥିଲେ । ଏସବୁ ଦେଖି ଲାଇଜର ଘରଛାଡି ଫେରାର ହୋଇଯାଇଥିଲେ । ଯୁବତୀଙ୍କ ଧରଣା ଖବର ପାଇବା ପରେ ଲାଇଜର ଫେରିଛନ୍ତି ହେଲେ ତାଙ୍କୁ ଗ୍ରହଣ କରିବାକୁ ରାଜି ନାହାନ୍ତି । ପ୍ରେମିକା କିନ୍ତୁ ତାଙ୍କ ପାଖରେ ରହିବାକୁ ଜିଦ ଧରି ବସିଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇନଥିବାରୁ ପୋଲିସ ମଧ୍ୟ କୌଣସି ପଦକ୍ଷେପ ନେବାକୁ ମନା କରିଦେଇଛି । ଏପରିସ୍ଥଳେ ଅନ୍ତଃସତ୍ୱା ପ୍ରେମିକାଙ୍କ କଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।