ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରେମିକକୁ ଭେଟିବାକୁ ଆସି ରେଳ ଷ୍ଟେସନ୍‌ରେ ବିଷ ପିଇଦେଲା ପ୍ରେମିକା, ଡାକ୍ତରଖାନାରେ ମୃତ୍ୟୁ

ଧନବାଦ, ୧୬/୧୧: ଅନ୍‌ଲାଇନ୍‌ ଗେମ୍‌ରୁ ପ୍ରେମ । ପରେ ପ୍ରେମିକକୁ ଭେଟିବାକୁ ଆସି ପ୍ରେମିକା କରିଛି ଆତ୍ମହତ୍ୟା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଧନବାଦ ଅଞ୍ଚଳରେ । ଫ୍ରି ଫାୟାର ଅନ୍‌ଲାଇନ୍‌ ଗେମ୍‌ ଖେଳିବା ସମୟରେ ବିହାରର ବାଇପାସ୍‌ ଅଞ୍ଚଳର ଜଣେ ୨୦ ବର୍ଷୀୟ ଯୁବତୀ ଏବଂ ଧନବାଦ ପୁଟକୀ ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବକଙ୍କ ମଧ୍ୟରେ ସଂପର୍କ ଆରମ୍ଭ ହୋଇଥିଲା । ଦିନକୁ ଦିନ ସଂପର୍କ ବଢ଼ିବାକୁ ଲାଗିଲା । ମଙ୍ଗଳବାର ପ୍ରେମିକା ଜଣକ ପ୍ରେମିକଙ୍କୁ ଦେଖାକରିବାକୁ ଧାନବାଦରେ ପହଞ୍ଚିଥିଲେ ।

ଧନବାଦ ରେଳ ଷ୍ଟେସନ୍‌ରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପ୍ରେମିକା ସହି ନପାରି ବିଷ ଖାଇ ଦେଇଥିଲା । ଏହି ଘଟଣା ପରେ ପ୍ରେମିକ ଚାହତ କୁମାର ସିଂହ ଯୁବତୀଙ୍କୁ ନେଇ ଏସ୍‌ଏନ୍‌ଏମ୍‌ଏମ୍‌ସିଏଚ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା । କିନ୍ତୁ ଯୁବତୀଙ୍କ ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଘଟଣା ପରେ ଚାହତ ପୋଲିସ୍‌ ପାଖରେ ଆତ୍ମସମର୍ପଣ କରିଥିଲା । ପରେ ପୋଲିସ୍‌ ଏନେଇ ଯୁବତୀଙ୍କ ପରିବାରଙ୍କୁ ଖବର ଦେଇଥିଲା ।

କିଛି ମାସ ପୂର୍ବରୁ ଦୁହେିଙ୍କ ମଧ୍ୟରେ ଫ୍ରି ଫାୟାର୍‌ ଗେମ୍‌ରୁ ଜଣେ ଜଣଙ୍କ ସହ ପରିଚୟ ହୋଇଥିବା ପ୍ରେମିକ ଚାହତ ପୋଲିସ୍‌କୁ କହିଛି । ମୋବାଇଲ୍‌ ନମ୍ୱର ଦିଆ-ନିଆ ହେବା ସହ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ଆରମ୍ଭ ହୋଇଥିଲା । ଥରେ ଯୁବତୀ ଜଣଙ୍କ ତାଙ୍କୁ ଜଣେ ସଂପର୍କୀୟଙ୍କ ବାହାଘରକୁ ଡାକିଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ ପ୍ରଥମେ ଦେଖା-ସାକ୍ଷାତ ହୋଇଥିଲା । ଏହାପରେ ଦୁହେଁ ପ୍ରେମରେ ପଡ଼ିଯାଇଥିଲେ ।

ହେଲେ ସେନାରେ ଯୋଗ ଦେବା ପାଇଁ ଚାହତ ପ୍ରସ୍ତୁତି ଚଳାଇଥିବାରୁ କିଛିଦିନ ହେବ ପ୍ରେମିକା ସହିତ କମ୍‌ କଥା ହେଉଥିଲେ । ଯେତେବେଳେ ସେନା ରାଲିରେ ଭାଗ ନେବା ପାଇଁ ପ୍ରେମିକ ରାଞ୍ଚି ଯାଇଥିଲା ପ୍ରେମିକା ମଧ୍ୟ ସେଠାରେ ପହଞ୍ଚି ଯାଇଥିଲା । କିନ୍ତୁ ପ୍ରେମିକ ଜଣକ ତାଙ୍କୁ ତାଙ୍କ ଘରେ ପହଞ୍ଚାଇ ନିଜ ଘରକୁ ଫେରିଥିବା କହିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ