ଖେଳ

ପ୍ରୀତି-ଶାହରୁଖ ମହାମିଳନ

ଚଣ୍ଡିଗଡ : ଦୀର୍ଘ ପ୍ରତୀକ୍ଷା ପରେ ବଲିଉଡ୍ ଅଭିନେତ୍ରୀ ତଥା ପଞ୍ଜାବ କିଙ୍ଗ୍ସ ଆଇପିଏଲ୍ ଦଳର ଅନ୍ୟତମ ମାଲିକାଣୀ ପ୍ରୀତି ଜିଣ୍ଟାଙ୍କ ସହ ଶାହରୁଖ ଖାନ୍‌ଙ୍କ ଦେଖା ହୋଇଥିଲା। ତେବେ ଏହି ଶାହରୁଖ୍ ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍ ଖାନ୍ ନୁହନ୍ତି ବରଂ ପଞ୍ଜାବ ଦଳର ଯୁବ କ୍ରିକେଟର ଶାହରୁଖ୍‌ ଖାନ୍। ଶାହରୁଖଙ୍କୁ ଚଳିତ ବର୍ଷର ଆଇପିଏଲ୍ ନିଲାମରେ ପଞ୍ଜାବ କିଙ୍ଗ୍ସ କିଣିଥିଲା। ଘରୋଇ କ୍ରିକେଟ୍‌ରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ଶାହରୁଖ ଅବଶ୍ୟ ଏବର୍ଷର ଆଇପିଏଲ୍‌ରେ ୮ ମ୍ୟାଚ୍ ଖେଳି ୧୨୭ ରନ୍ କରିଥିଲେ। ତାମିଲନାଡୁର ଏହି ବ୍ୟାଟ୍ସମ୍ୟାନ୍ ପ୍ରୀତିଙ୍କ ସହ ଭେଟିବାର ଏକ ସୁନ୍ଦର ଫଟୋ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ବି ପ୍ରକାଶ କରିଛନ୍ତି। ଫଟୋ ତଳେ ଲେଖିଥିବା କ୍ୟାପସନ୍‌ରେ ପ୍ରୀତିଙ୍କୁ ସେ ତାଙ୍କ ‌ଲୋକପ୍ରିୟ ଚଳଚ୍ଚିତ୍ର ‘କାଲ ହୋ ନା ହୋ’ର ରିଲ୍ ନାଁ ନୈନା ବୋଲି ସମ୍ବୋଧନ କରିଛନ୍ତି। ଯାହାକୁ ପ୍ରୀତି ମଧ୍ୟ ବେଶ୍ ପସନ୍ଦ କରିଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ