ଖେଳ

ପ୍ରୀତି ଜିଣ୍ଟାଙ୍କ ଟିମ୍ ପଞ୍ଜାବ କିଙ୍ଗ୍ସ ଇଲେଭେନ୍ ଆବଶ୍ୟକୀୟଙ୍କୁ ଯୋଗାଇବ ଅକ୍ସିଜେନ୍

ନୂଆଦିଲ୍ଲୀ ୦୩/୦୫ : ଦେଶ ବର୍ତ୍ତମାନ କରୋନା ମହାମାରୀ ବିରୋଧରେ ସଂଗ୍ରାମ କରୁଛି । ଏଥିରେ ବଲିଉଡ ତାରକା ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି । ଅଭିନେତ୍ରୀ ତଥା ପଞ୍ଜାବ କିଙ୍ଗ୍ସ ଇଲେଭେନ ଟିମର ମାଲିକ ପ୍ରୀତି ଜିଣ୍ଟା ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ଆଇପିଏଲ ଟିମ ଆବଶ୍ୟକୀୟ ଲୋକଙ୍କୁ ଅକ୍ସିଜେନ କନ୍ସେନଟ୍ରେଟର (Oxygen Concentrators) ଯୋଗାଇବ । ଏଥିପାଇଁ ପଞ୍ଜାବ ଫ୍ରାଞ୍ଚାଇଜି ରାଉଣ୍ଡ ଟେବୁଲ ଇଣ୍ଡିଆ (RTI) ନାମକ ସଂସ୍ଥା ସହ ପାର୍ଟନରସିପ କରିଛି । ପ୍ରୀତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଏକ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ପ୍ରୀତି ଲେଖିଛନ୍ତି, ‘କରୋନା ମହାମାରୀ ଯୋଗୁଁ ଉତ୍ପନ୍ନ ହୋଇଥିବା ସ୍ଥିତିକୁ ଦେଖି ପଞ୍ଜାବ କିଙ୍ଗ୍ସ ଇଲେଭେନ ଟିମ ନିଜ ପାର୍ଟନର ରାଉଣ୍ଡ ଟେବୁଲ ଇଣ୍ଡିଆ ସହ ମିଶି ଦେଶରେ ମାଗଣାରେ ଅକ୍ସିଜେନ କନ୍ସେନଟ୍ରେଟର ଯୋଗାଇବାକୁ ଫଣ୍ଡ ଯୋଗାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୋତେ ପୁରା ଭରସା ଅଛି ଯେ ଏକଜୁଟ ହୋଇ ଆମେ ଭାଇରସ ବିରୋଧରେ ଏହି ଯୁଦ୍ଧ ନିଶ୍ଚୟ ଜିତିବା । ମୋର ନିବେଦନ ଏହି ଅଭିଯାନରେ ସମସ୍ତେ ସାମିଲ ହୁଅନ୍ତୁ ଏବଂ ନିଜ ତରଫରୁ ଯେତିକି ସମ୍ଭବ ସାହାଯ୍ୟ କରନ୍ତୁ ।’

୩ ଦିନ ପୂର୍ବରୁ ପଞ୍ଜାବ ଟିମର ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ଆଇପିଏଲ ୨୦୨୧ ଆୟର କିଛି ରାଶି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଟ୍ୱିଟରରେ ଏକ ଭିଡିଓ ଜାରି କରି ସେ ଲୋକଙ୍କୁ ଅପିଲ କରିଥିଲେ ଯେ ‘ଯଦି ଆପଣ ଟିକା ନେଇପାରିବେ ତାହେଲେ ନିଶ୍ଚୟ ନିଅନ୍ତୁ, ମୁଁ ଯାହା ପାରିବି କରିବି । ଭାରତ ପାଇଁ ପ୍ରାର୍ଥନା କରିବା ସହ ଏହି ସଙ୍କଟରୁ ବାହାରିବାକୁ ମୁଁ ମୋ ବେତନର କିଛି ରାଶି ଦାନ କରିବି ।’

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ