ଶିକ୍ଷା ଓ ନିଯୁକ୍ତି

ପ୍ରି-ପ୍ରାଇମେରୀ ସ୍କୁଲ ପିଲାଙ୍କୁ ମିଳିବ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ

ନୂଆଦିଲ୍ଲୀ : ଏଣିକି ସ୍କୁଲ ମାନଙ୍କରେ ପ୍ରି-ପ୍ରାଇମେରୀ ଶ୍ରେଣୀର ପିଲାମାନଙ୍କୁ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଉପଲବ୍ଧ କରାଯିବ। କେନ୍ଦ୍ର ସରକାର ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ପ୍ରି-ପ୍ରାଇମେରୀ ଶ୍ରେଣୀର ପିଲାମାନଙ୍କୁ ସକାଳ ଜଳଖିଆ ସହିତ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।
ପ୍ରଚଳିତ ବ୍ୟବସ୍ଥା ଅନୁସାରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ସାମିଲ ଅଛନ୍ତି। ନିକଟରେ ନୂତନ ଶିକ୍ଷାନୀତିରେ ସ୍କୁଲ ପିଲାମାନଙ୍କୁ ପୃଷ୍ଟିସାରଯୁକ୍ତ ଜଳଖିଆର ବ୍ୟବସ୍ଥା କରାଯିବା ପାଇଁ ସୁପାରିସ କରାଯାଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଏନେଇ ସମସ୍ତ ରାଜ୍ୟମାନଙ୍କୁ ପତ୍ର ଲେଖାଯାଇ ମତାମତ ଲୋଡାଯାଇଛି। ରାଜ୍ୟ ମାନଙ୍କ ପାଖରୁ ମତାମତ ମିଳିସାରିବା ପରେ କେନ୍ଦ୍ର ସରକାରଙ୍କ ଦ୍ବାରା ଖର୍ଚ୍ଚ ସମ୍ବନ୍ଧୀୟ ଅର୍ଥ କମିଟିରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି