ମନୋରଞ୍ଜନ

ପ୍ରିୟଙ୍କାଙ୍କ ସ୍ୱାମୀ ନିକ ଜୋନାସ ଡାକ୍ତରଖାନାରେ ଭର୍ତ୍ତି, ସୁଟିଂ ସେଟରେ ହୋଇଥିଲେ ଆହାତ

ନୂଆଦିଲ୍ଲୀ ୧୭/୦୫: କରୋନା କାଳରେ, ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ ଜୋନାସ ବିଦେଶରେ ରହି ମଧ୍ୟ ଭାରତର ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏହି ସମୟରେ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖରାପ ଖବର ଆସିଛି । ପ୍ରିୟଙ୍କାଙ୍କ ସ୍ୱାମୀ ନିକ ଜୋନାସ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏକ ସୋ’ର ସୁଟିଂ ସମୟରେ ନିକ ଆହତ ହୋଇଥିଲେ।


ସୂଚନା ଅନୁଯାୟୀ, ଆମେରିକାରେ ସିଙ୍ଗିଙ୍ଗ୍ ରିଆଲିଟି ସୋ ‘ଦି ଭଏସ୍’ ପାଇଁ ନିକ ଜୋନାସ ସୁଟିଂ କରୁଥିଲେ। ଏହି ସୋ’ର ସୁଟିଂ ସମୟରେ ନିକ ଆହତ ହୋଇଥିଲେ, ପରେ ତାଙ୍କୁ ଲସ ଏଞ୍ଜେଲସର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଗତ ୧୫ ତାରିଖରୁ ନିକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଗତ ରବିବାର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ନିକଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଏଥିସହ ନିକ ପୁଣିଥରେ ସୋ ପାଇଁ ସୁଟିଂ ଆରମ୍ଭ କରିବେ ବୋଲି କୁହାଯାଉଛି।

ଭାରତରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। କରୋନା କାରଣରୁ ଖରାପ ଅବସ୍ଥାକୁ ଦୃଷ୍ଟିରେ ରଖି ନିକ ଏବଂ ପ୍ରିୟଙ୍କା ସାହାଯ୍ୟର ହାତ ବଢାଇଛନ୍ତି। ନିକଟରେ ଏହି ଦମ୍ପତି ମିଳିତ ଭାବେ ଭାରତ ପାଇଁ ୩ ମିଲିୟନ୍ ଡଲାର (୨୨ କୋଟି ଟଙ୍କା) ସଂଗ୍ରହ କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ