ଦେଶ ବିଦେଶ ମନୋରଞ୍ଜନ

ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା ଶର୍ମା, କହିଲେ- ରାତିରେ ନିଦ ଖରାପ ହେବା ପାଇଁ ପ୍ରସ୍ତୁତ ରୁହ…

ନୂଆଦିଲ୍ଲୀ ୨୭।୦୧ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା- ସ୍ବାମୀ ନିକ୍‌ ଜୋନାସ ନିକଟରେ ଏକ ବାପା-ମାଆ ହୋଇଛନ୍ତି । ସେ ସେରୋଗେସି ଜରିଆରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏନେଇ ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରିୟଙ୍କା ସୂଚନା ଦେଇଥିଲେ। ଯେଉଁଥିରେ ତାଙ୍କୁ ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ ଯାଏଁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ସମସ୍ତଙ୍କ ମଧ୍ୟରେ ଅଭିନେତ୍ରୀ ଅନୁଷ୍କା ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇବା ସହ ମଜାଳିଆ ଢଙ୍ଗରେ କମେଣ୍ଟ ଦେଇଥିଲେ । ତାଙ୍କ କମେଣ୍ଟ ଉପରେ ସମସ୍ତଙ୍କ ଆଖି ପଡିଥିଲା । ତେବେ ଅଭିନେତ୍ରୀଙ୍କ ଏହି କମେଣ୍ଟ ତାଙ୍କ ବ୍ୟକ୍ତିଗତ ଅନୁଭୂତି ଦ୍ୱାରା ଅନୁପ୍ରାଣୀତ ହୋଇଥିବା ନେଇ ଜଣାପଡ଼ିଛି।

ଅନୁଷ୍କା ତାଙ୍କୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ୍‌ରେ ଏକ ନୋଟ୍‌ରେ ଲେଖିଛନ୍ତି କି, ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍‌ଙ୍କୁ ବହୁତ ବହୁତ ଅଭିନନ୍ଦନ। ରାତିରେ ନିଦ ହଜିବା ପାଇଁ ପ୍ରସ୍ତୁତ ହୁଅ । ଅପୂର୍ବ ଆନନ୍ଦ ସହ ପ୍ରେମ । ମୋ ତରଫରୁ କୁନି ପିଲାଟିକୁ ବହୁତ ଭଲପାଇବା। ଅନୁଷ୍କାଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବି ଖୁବ୍‌ ପସନ୍ଦ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ