ଅପରାଧ ଦେଶ ବିଦେଶ

ପ୍ରିୟଙ୍କାଙ୍କୁ ଜୋରଜବରଦସ୍ତ ଉଠାଇ ନେଲା ପୋଲିସ, ରାହୁଲ ଗାନ୍ଧି ଅଟକ

ନୂଆଦିଲ୍ଲୀ ୫।୮: ମୂଲ୍ୟବୃଦ୍ଧି ଓ ବେରୋଜଗାରୀ ବିରୋଧରେ କଂଗ୍ରେସ ଶୁକ୍ରବାର ସାରା ଦେଶରେ ବିକ୍ଷୋଭ କରୁଛି। ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କାଳରେ ପୋଲିସ ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ କଂଗ୍ରେସ ନେତାଙ୍କୁ ପାର୍ଟି ମୁଖ୍ୟାଳୟ ବାହାରେ ଅଟକ କରିଛି। ପ୍ରିୟଙ୍କା ବାରିକେଡ ଉପରେ ଚଢି ଆରପଟକୁ ଯାଇ ଧାରଣା ଦେଇ ବସିଥିବା ବେଳେ ପୋଲିସ ସେଠାରୁ ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଛି। ଏହା ପୂର୍ବରୁ ପୋଲିସ ରାହୁଲ ଗାନ୍ଧିଙ୍କୁ ଅଟକ କରିଥିଲା।

କଂଗ୍ରେସର ପ୍ରସ୍ତାବିତ ରାଷ୍ଟ୍ରପତି ଭବନ ମାର୍ଚ୍ଚ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ସାଂସଦ ମାନେ ପୂର୍ବାହ୍ନରେ ସଂସଦ ଭବନ ପହଞ୍ଚିଥିଲେ। ସରକାରଙ୍କ ଦ୍ୱାରା ଯାଞ୍ଚ ଏଜେନ୍ସୀଙ୍କ କଥିତ ଦୁରୁପଯୋଗ କୁ ବିରୋଧ କରି କଂଗ୍ରେସ ସାଂସଦମାନେ ଗୃହରେ ହଟ୍ଟଗୋଳ କରିଥିଲେ। ଫଳରେ ରାଜ୍ୟସଭାରେ କାର୍ଯ୍ୟକ୍ରମ ସ୍ଥଗିତ କରିବାକୁ ପଡିଥିଲା। କଂଗ୍ରେସ ଲୋକସଭା ଓ ରାଜ୍ୟ ସଭା ସାଂସଦଙ୍କୁ ‘ଚଲୋ ରାଷ୍ଟ୍ରପତି ଭବନ’ ମାର୍ଚ୍ଚରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଥିଲା ।

କଂଗ୍ରେସ ୱାର୍କିଂ କମିଟି ସଦସ୍ୟ ଓ ଅନ୍ୟ ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରିବା ପାଇଁ ଯୋଜନା କରିଥିଲେ। ହେଲେ ପୋଲିସ ବିଭିନ୍ନ ସ୍ଥାନରେ ବାରିକେଡ ଲଗାଇ ସେମାନଙ୍କ ଯୋଜନାକୁ ବିଫଳ କରିଦେଇଥିଲା। ଅନ୍ୟପକ୍ଷରେ କଂଗ୍ରେସର ମାର୍ଚ୍ଚ ପୂର୍ବରୁ ପ୍ରଶାସନ ରାଜଧାନୀ ଦିଲ୍ଲୀର କିଛି ଅଞ୍ଚଳରେ ବଡ଼ ସଭା ଆୟୋଜନ ଉପରେ କଟକଣା ପାଇଁ ନିଷେଧାଜ୍ଞା ଜାରି କରିଛି। ପ୍ରତିବନ୍ଧକର ବାହାନା କରି ପୋଲିସ ବିରୋଧକୁ ଅନୁମତି ଦେବାକୁ ମନା କରିଦେଇଛି।

ଦେଶବ୍ୟାପୀ ବେକାରୀ ଓ ମୂଲ୍ୟବୃଦ୍ଧି ଲାଗି ଆନ୍ଦୋଳନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ସାଂପ୍ରତିକ ପରିସ୍ଥିତିରେ ଆମେ ଗଣତନ୍ତ୍ରର ମୃତ୍ୟୁ ଦେଖୁଥିବା ଓ ଦେଶରେ ଇଟା ପଥରରେ ଯାହାବି ନିର୍ମାଣ କରାଯାଇଥିଲା ସେ ସବୁ କୁ ଆମ ଆଖି ସାମ୍ନାରେ ନଷ୍ଟ କରାଯାଉଥିବା କହିଥିଲେ। ଦେଶରେ ଏକଛତ୍ରବାଦ ବିଚାରାଧାରା ବିରୋଧରେ ଯେ କେହିବି ଛିଡା ହେଉଛି ତାକୁ ଟାର୍ଗେଟ କରାଯାଉଛି, ଗିରଫ କରାଯାଉଛି, ପିଟା ଯାଉଛି ଓ ଜେଲକୁ ପଠାଇ ଦିଆଯାଉଛି ବୋଲି କହିଥିଲେ। ସେହିପରି ପ୍ରିୟଙ୍କା ଗାନ୍ଧି ଦେଶରେ ମୂଲ୍ୟବୃଦ୍ଧି ସୀମା ପାର କରିଛି ଓ ଏଥିପାଇଁ ସରକାରଙ୍କୁ କିଛି କରିବାକୁ ପଡିବ, ଯେଉଁଥି ପାଇଁ ଆଜି ଆମେ ଏହି ଆନ୍ଦୋଳନ ଡାକରା ଦେଇଛୁ ବୋଲି କହିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ