ରାଜ୍ୟ

ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ବ୍ରଜରାଜନଗରରୁ ଲଢ଼ିବେ କିଶୋର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଦିନ ଦୁଇଟି ନିର୍ବାଚନମଣ୍ଡଳୀ ତଥା ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଘୋଷଣା ପାଇଁ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ହେଲେ, ଦଳ ପକ୍ଷରୁ କେବଳ ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା ବେଳେ ଝାରସୁଗୁଡ଼ା ପାଇଁ କାହା ନାମ ଘୋଷଣା କରାଯାଇନାହିଁ। ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଦଳର ବରିଷ୍ଠ ନେତା କିଶୋର ପଟେଲ୍‌।

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। କଂଗ୍ରେସର ମୁଖପାତ୍ର ହମିଦ୍‌ ହୁସେନ କହିଥିଲେ ଯେ, ଆସନ୍ତା ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ସମସ୍ତଙ୍କୁ ଚକିତ କରିଦେବା ଭଳି ଜଣେ ପ୍ରାର୍ଥୀ ହେବେ ଓ ବ୍ରଜରାଜନଗରରେ କିଶୋର ପଟେଲ ପ୍ରାର୍ଥୀ ହେବେ। ସାମ୍ବାଦିକ ସମ୍ମିଳନୀ‌ରେ ଅନ୍ୟମାନଙ୍କ ମଧ୍ୟରେ ଜୀବନ ସାର୍ଥକ ଦାସ, ଶାହରୁଖ ଖାନ୍‌ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।