ଅପରାଧ ରାଜ୍ୟ

ପ୍ରାତଃଭ୍ରମଣ ବେଳେ ଚଢ଼ିଗଲା ଭ୍ୟାନ୍; ମହିଳା ମୃତ, ୩ ଅଳ୍ପକେ ବର୍ତ୍ତିଲେ

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ସହରରେ ବୁଧବାର ଦିନ ୪ଜଣ ମହିଳା ପ୍ରାତଃ ଭ୍ରମ‌ଣରେ ଯାଉଥିବା ବେଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଚଢ଼ି ଯାଇଥିଲା। ଫଳରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ଜଣକ ହେଲେ ସୋରଡ଼ା ପାଇକ ସାହିର ପ୍ରମିଳା ଗୌଡ଼ (୪୨)।

ଘଟଣା ଅନୁସାରେ ପ୍ରମିଳା ତାଙ୍କର ୩ ଜଣ ସାଙ୍ଗଙ୍କ ସହ ପ୍ରାତଃଭ୍ରମଣରେ ବାହାରିଥିଲେ। ଜରଉ ବ୍ରିଜ୍ ତଥା ବିନ୍ଦାସ ‌ହୋଟେଲ୍ ଛକ ନିକଟରେ ଯାଉଥିବା ‌ବେଳେ ଆସିକାରୁ ସୋରଡ଼ା ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ୍ ହଠାତ୍ ପ୍ରମିଳାଙ୍କ ଉପରେ ଚଢ଼ି କିଛିଦୂର ପଳାଇଥିଲା। ପ୍ରମିଳା ଛିଟିକି ପଡ଼ିବାରୁ ଡ୍ରାଇଭର୍ ତୁରନ୍ତ ତାଙ୍କୁ ଉଦ୍ଧାର କରି ସୋରଡ଼ା ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋରଡ଼ା ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରିଛି। ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ ଗତ ତିନି ଦିନ ମଧ୍ୟରେ ଏଭଳି ଭାବେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଘଟଣାକୁ ମିଶାଇ ତିନିଦିନରେ ତିନିଜଣଙ୍କ ମୃତ୍ୟୁ ଘଟିଛି। ଗତ ୨ ତାରିଖ ସନ୍ଧ୍ୟାରେ ଆସିକା ଥାନା ଅଧୀନ ଚାରିମଇଲି ଛକ-ବଜ୍ରକୋଟ ରାସ୍ତାରେ ବାଇକ୍ ଧକ୍କାରେ କ୍ଷେତ୍ରବାସୀ ସାହୁ (୫୦) ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ। ସେ ଚାଲି ଚାଲି ଯାଉଥିବା ବେଳେ ଦ୍ରୁତଗତିରେ ଜଣେ ଯୁବକ ତାଙ୍କ ବାଇକ୍‌ରେ ଆସି ଧକ୍କା ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।