ଦେଶ ବିଦେଶ ମନୋରଞ୍ଜନ

ପ୍ରସିଦ୍ଧ କମେଡ଼ିଆନ୍ ଭାରତୀ ସିଂହଙ୍କ ଫ୍ଲାଟରୁ ଜବତ ହେଲା ଗଞ୍ଜେଇ : ଦମ୍ପତ୍ତିଙ୍କୁ ସମନ ପଠାଇଲା ଏନସିବି

ମୁମ୍ବାଇ ୨୧/୧୧: ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସକ୍ରିୟ ରହିଛି। ଶନିବାର ମୁମ୍ବାଇରେ ଏନସିବି ୩ଟି ସ୍ଥାନରେ ଚଢ଼ାଉ କରିଛି। କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ଚଢ଼ାଉ ହୋଇଛି। କୁହାଯାଉଛି ​‌ଯେ ଭାରତୀଙ୍କ ଫ୍ଲାଟରୁ ଗଞ୍ଜେଇ ଜବତ ହୋଇଛି। ଭାରତୀ ଏବଂ ହର୍ଷଙ୍କୁ ଏନସିବି ସମନ ମଧ୍ୟ କରିଛି।

ମୁମ୍ବାଇର ଭର୍ସୋଭା,ଲୋଖଣ୍ଡଓ୍ବାଲା ଏବଂ ସବର୍ବରେ ଚଢ଼ାଉ କରାଯାଇଛି। ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ କିଛି ସମୟ ପରେ ପଚରାଉଚୁରା ପାଇଁ ଏନସିବିର ମୁମ୍ବାଇ ଅଫିସ୍ ପହଞ୍ଚିବେ। କେତେକ ସ୍ଥାନରେ ଏନସିବି ଏପର୍ଯ୍ୟନ୍ତ ଚଢ଼ାଉ ଜାରି ରଖିଛି।


ଏହା ପୂର୍ବରୁ ଏନସିବି ଅର୍ଜୁନ ରାମପାଲଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉରେ ଲାପଟପ୍,ମୋବାଇଲ୍ ଫୋନ୍ ଏବଂ ଟ୍ୟାବଲେଟ୍ ଭଳି ଇଲେକ୍ଟ୍ରୋନିକ ଗ୍ୟାଜେଟସ ଜବତ ହୋଇଥିଲା ଏବଂ ଅର୍ଜୁନଙ୍କ ଡ୍ରାଇଭରକୁ ମଧ୍ୟ ଅଟକ ରଖି ପଚରାଉଚୁରା କରାଯାଇଥିଲା। ଏହା ବ୍ୟତୀତ ଏନସିବି ବଲିଉଡ ନିର୍ମାତା ଫିରୋଜ ନାଦିଓ୍ବାଦଓ୍ବାଲାଙ୍କ ପତ୍ନୀଙ୍କୁ ମଧ୍ୟ ତାଙ୍କ ଘରୁ ଗିରଫ କରିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ