ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଶାସନର ପରିବର୍ତ୍ତନ ମେଳାକୁ ପୂରିଲା ୫ମାସ, ହେଲେ ପରିବର୍ତ୍ତନ ହୋଇପାରିଲାନି ହସ୍ତିନାପୁର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଘୁ.ଉଦୟଗିରି : ଆଦିବାସୀ ଅଧ୍ୟୁଷିତ ଘୁ.ଉଦୟଗିରି ବ୍ଲକ୍‌  ଲିଙ୍ଗାଗଡ ପଞ୍ଚାୟତର ଏକ ଅପହଞ୍ଚ ଏବଂ ଦୁର୍ଗମ ଅଞ୍ଚଳ ହେଉଛି ମୁଣ୍ଡାକାଙ୍ଗା ନିକଟ ହସ୍ତିନାପୁର।  ପୂର୍ବରୁ ଯାହାର ନାମ ଥିଲା ହାତୀକ୍ଲାଉ। ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ଏହି ଗାଁ ସବୁକ୍ଷେତ୍ରରେ ଅବହେଳିତ। ନାହିଁ ନାହିଁର ଗାଁ ହସ୍ତିନାପୁର। ନା‘ ଅଛି ରାସ୍ତାଘାଟ,  ନା‘ ପିଇବା ପାଣି, ବିଦ୍ୟାଳୟ, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟ ସୁବିଧା। ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏଠି ଲୋକ ଏବେ ବି ମୌଳିକ ସୁବିଧାରୁ ବଂଚିତ ହୋଇ ଏକ ପ୍ରକାର ଜଙ୍ଗଲୀ ଜୀବନଯାପନ କରୁଛନ୍ତି।

ତଥାପି କେନ୍ଦ୍ର ସରକାର କହୁଛନ୍ତି ଆମ ଦେଶ ଆଗଉଛି ଏବଂ  ରାଜ୍ୟ ସରକାର ବିକାଶର ଗୋଲାପି  ଚିତ୍ର ଦେଖାଉଛନ୍ତି। ପାହାଡ଼ ପର୍ବତ ଘେରା ଏକ ଦୁର୍ଗମ ପାହାଡିଆ ଗାଁ  ହସ୍ତିନାପୁର ହେଉଛି ଲିଙ୍ଗାଗଡ ପଞ୍ଚାୟତର ୫ନଂ ୱାର୍ଡ। ଯେଉଁଠି ୨୦ ପରିବାରର ୧୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ଲୋକ ବସବାସ କରୁଛନ୍ତି। ସମସ୍ତେ ପ୍ରାୟ ଚାଷବାସ କରି ନିଜ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ହଳଦୀ ଚାଷ ସହ ବିନ୍‌ସ, ଫୁଲକୋବି, ବନ୍ଧାକୋବି ଓ  ଧାନ ଚାଷ କରନ୍ତି। ଏହାସହ ନିକଟ ଜଙ୍ଗଲରୁ ମହୁଲ ଫୁଲ, ଶାଳ ମଞ୍ଜି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି। ଗାଁକୁ ରାସ୍ତାଟିଏ ନାହିଁ। ନା’ ଗାଡି ଯାଇପାରୁଛି ନା’ ରୋଗୀକୁ ଆମ୍ବୁଲାନ୍ସ ସେବା ମିଳିପାରୁଛି।

ଉତ୍ପାଦିତ ଫସଲକୁ ବିକ୍ରି କରିବା ନିମନ୍ତେ ଭାର କରି ବୋହି ନେବାକୁ ପଡୁଛି ୨କିମି ରାସ୍ତା। ସେହିଭଳି ଗର୍ଭବତୀ ମା ହୁଅନ୍ତୁ କି, ବୃଦ୍ଧ କାହାର ଦେହ ଖରାପ ହେଲେ ହସ୍ପିଟାଲ ଯିବା ନିମନ୍ତେ ଦୋଳା କିମ୍ବା ଭାର ଏକ ମାତ୍ର ଭରସା। ସେଇଭଳି  ଦୀର୍ଘ ବାଟ ଚାଲି ଚାଲି ମୁଣ୍ଡାକାଙ୍ଗା ପହଁଚିଲେ ପିଲା ପାଠ ପଢିବେ। ଗାଁରେ ପିଇବା ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା ନାହିଁ। ନାଳ,ଚୁଆ ଏକ ମାତ୍ର ଭରସା। ଏହିଭଳି ବହୁବିଧ ସମସ୍ୟା ଭିତରେ ଥିବା ହସ୍ତିନାପୁର ଉପରେ ପ୍ରଶାସନର ନଜର ପଡିଥିଲା। କେବେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ଏହି ଗାଁରେ ପଡି ନଥିବା ବେଳେ ପ୍ରଶାସନ ପକ୍ଷରୁ  ହସ୍ତିନାପୁର ପାହାଡ଼ ପାଦଦେଶରେ ପରିବର୍ତ୍ତନ ମେଳା ଅନୁଷ୍ଠିତ ହୋଇଥିଲା। ଚାଲିଚାଲି ଯାଇ ପ୍ରଶାସନିକ ଅଧିକାରୀ ଏହି ପରିବର୍ତ୍ତନ ମେଳାରେ  ଯୋଗ ଦେଇଥିଲେ।

ସରକାରଙ୍କ ଯୋଜନା ବିଷୟରେ ଅବଗତ କରେଇବା ସହ ଲୋକଙ୍କ ନିଜସ୍ୱ ସମସ୍ୟା ସମାଧାନ ସହ ସାମୁହିକ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ଏଠାରେ କହିଥିଲେ। ପରିବର୍ତ୍ତନ ମେଳା ଯୋଗୁଁ ଅଞ୍ଚଳବାସୀ ପୁରା ଖୁସି ହୋଇ ଯାଇଥିଲେ। ଲୋକଙ୍କ ବିଶ୍ବାସ ରହିଥିଲା ଯାହାହେଉ ସେମାନଙ୍କ ନିକଟରେ ସରକାରୀ ବାବୁ ମାନେ ପହଞ୍ଚିଛନ୍ତି। ସେମାନଙ୍କ ଆଉ ସମସସ୍ୟା ରହିବନି  ବୋଲି ଭରସା ରଖିଥିଲେ।  ହେଲେ ଏଭିତରେ  ପରିବର୍ତ୍ତନ ମେଳା ଅନୁଷ୍ଠିତ ହୋଇ ୫ମାସ ବିତିବାକୁ ଗଲାଣି। କିନ୍ତୁ ପରିବର୍ତ୍ତନର ନାଁ ଗନ୍ଧ ନାହିଁ। ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ରହିଛି ଗ୍ରାମର ସମସ୍ୟା। ତାହା ହେଲେ ଅର୍ଥ ବ୍ୟୟ କରି ପରିବର୍ତ୍ତନ ମେଳା ଆୟୋଜନ କରିବାର ଅର୍ଥ କଣ ଅଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଯେଉଁ ଦୁର୍ଗମ ଅଞ୍ଚଳରେ ପ୍ରଶାସନ ପହଞ୍ଚି ସମସ୍ୟା ବୁଝି ତାର ସମାଧାନ କରିପାରିନି ତାହାହେଲେ ପରିବର୍ତ୍ତନ ମେଳାର ମାନେ କଣ ଅଛି? ଏବଂ ପରିବର୍ତ୍ତନ ମେଳା ମାଧ୍ୟମରେ ଦୁର୍ଗମ ଅଞ୍ଚଳର ପରିବର୍ତ୍ତନ ହେବ କେବେ ବୋଲି ପ୍ରଶ୍ନ ଉଠିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।