ଅପରାଧ ରାଜ୍ୟ

ପ୍ରଶାସକଙ୍କ ଡ୍ରାଇଭରଙ୍କୁ ହତ୍ୟାକଲା ପତ୍ନୀ: ଦୁଇ କୁନି ପୁଅଝିଅ ସାମ୍ନାରେ ହତ୍ୟା

ସୁନ୍ଦରଗଡ଼: ଦୁଇ କୁନି ପୁଅଝିଅଙ୍କ ସମ୍ମୁଖରେ ନିଜ ଓଢ଼ଣିରେ ସ୍ବାମୀଙ୍କ ତଣ୍ଟି ଚିପି ହତ୍ୟା କରିଛି ପତ୍ନୀ। ଏହି ମହିଳା ଜଣକ ସ୍ବାମୀ ଆତ୍ମହତ୍ୟା କରିଥିବା କହି ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନି। ହସ୍ପିଟାଲରେ ମୃତକଙ୍କ ବେକରେ ଦାଗ ଦେଖି ପୁଲିସକୁ ଖବର ଦେବାପରେ ଘଟଣା ସାମ୍ନାକୁ ଆସିଛି। ପୁଲିସ ଆଗରେ ଦୁଇ ସନ୍ତାନଙ୍କ ବୟାନ ପରେ ଅଭିଯୁକ୍ତ ମହିଳା ମଧ୍ୟ ଦୋଷ ସ୍ବୀକାର କରିଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଶ୍ରୀରାମନଗରରେ ଏହି ଘଟଣା ଘଟିଛି।

ଅଭିଯୁକ୍ତ ମହିଳା ହେଲେ, ସବିତା ବାଗ। ସେ ହେମନ୍ତ ବାଗଙ୍କୁ ପ୍ରେମ ବିବାହ କରିଥିଲେ। ହେମନ୍ତ ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକଙ୍କ ଡ୍ରାଇଭର ଥିଲେ। ତାଙ୍କର ୮ ଓ ୪ ବର୍ଷର ଦୁଇ ପୁଅଝିଅ ଅଛନ୍ତି। ଏହି ଚାରି ପ୍ରାଣୀ ଶ୍ରୀରାମନଗରର ପ୍ରଗତି ଅନୁଷ୍ଠାନ ପାଖରେ ଘରଭଡ଼ା ନେଇ ରହୁଥିଲେ। କିଛିମାସ ତ‌ଳୁ ସବିତା ଓ ତାଙ୍କ ସ୍ବାମୀ ହେମନ୍ତଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଲାଗିରହିଥିବା ବେଳେ ଗତକାଲି ରାତିରେ ହେମନ୍ତ ଅଫିସରୁ ଫେରିବା ପରେ ଦୁହିଁଙ୍କ ମଧ୍ୟରେ ପୁଣି କଳିଗୋଳ ହୋଇଥିଲା। ଏହିସମୟରେ ହେମନ୍ତ ସବିତାଙ୍କୁ ଚାପୁଡ଼ା ମାରିଥିଲେ। ଏଥିରେ ସବିତା ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ଦୁଇ ପିଲାଙ୍କ ସମ୍ମୁଖରେ ଓଢ଼ଣିରେ ହେମନ୍ତଙ୍କ ତଣ୍ଟି ଚିପି ଦେଇଥିଲେ। ଘଟଣାସ୍ଥଳରେ ହିଁ ହେମନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହାପରେ ସବିତା ସ୍ବାମୀ ଆତ୍ମହତ୍ୟା କରିଛନ୍ତି ବୋଲି କହି ଆମ୍ବୁଲାନ୍ସ ଡାକି ମୃତଦେହକୁ ଡାକ୍ତରଖାନା ନେଇଥିଲେ। ହେଲେ, ବେକରେ ଦାଗ ଥିବାରୁ ଡାକ୍ତର ସଙ୍ଗେସଙ୍ଗେ ପୁଲିକୁ ଖବର ଦେଇଥିଲେ। ପୁଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ, ଅନ୍ୟତ୍ର ରହୁଥିବା ମୃତ ହେମନ୍ତଙ୍କ ବାପା ଓ ପରିବାର ଲୋକେ ଖବର ପାଇ ଥାନାରେ ପହଞ୍ଚି ଏତଲା ଦେଇଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।