ଦେଶ ବିଦେଶ ରାଜନୀତି

ପ୍ରବାସୀ ଭାରତୀୟ ହେଉଛନ୍ତି ଭାରତୀୟ ସଭ୍ୟତାର ଅବିଚ୍ଛେଦ୍ୟ ଅଙ୍ଗ: ଧର୍ମେନ୍ଦ୍ର ପ୍ରଧାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ମଙ୍ଗଳବାର ଆୟୋଜିତ ୧୭ଶ ‘ପ୍ରବାସୀ ଭାରତୀୟ ଦିବସ ୨୦୨୩’ ସମ୍ମିଳନୀର ଉଦ୍‌ଯାପନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରବାସୀ ଭାରତୀୟଙ୍କ ସହ ମିଳିତ ଭାବରେ ଭାରତକୁ ଏକ ଦାୟିତ୍ୱବାନ ଦେଶ ଭାବରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି।

ଦେଶର ମାନବ ସମ୍ବଳର ଦକ୍ଷତା ଏବଂ ଗତିଶୀଳତା ବୃଦ୍ଧି ତଥା ମାନବତାର ସେବା ପାଇଁ ଏକ ନୂତନ ଭାରତୀୟ ମଡେଲ ସୃଷ୍ଟି କରିବାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଆମର ପ୍ରବାସୀ ଭାରତୀୟ, ଭାରତୀୟ ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଦେଶର ବୃହତ୍ ଯାତ୍ରାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆମ ଦେଶରେ ଥିବା ମାନବସମ୍ବଳ ପରିଶ୍ରମୀ, ସଚ୍ଚୋଟ ଓ ଦାୟିତ୍ୱବାନ। କୁଶଳୀ ମାନବ ଶକ୍ତିର ବୈଶ୍ୱିକ ପେଣ୍ଠସ୍ଥଳୀ ଭାବରେ ଭାରତ ଉଭା ହୋଇପାରିବ।

ସାମ୍ପ୍ରତିକ ସମୟରେ ପ୍ରଯୁକ୍ତିବିଦ୍ୟା ନୂଆ ସୁଯୋଗ ତିଆରି କରୁଛି। ସ୍କିଲିଂ ହେଉଛି ଜୀବନବ୍ୟାପୀ ଶିକ୍ଷା ଆହରଣର ଏକ ପ୍ରକ୍ରିୟା। ଟେକ୍ନୋଲୋଜି ଆମ ସମସ୍ତଙ୍କୁ ଗୋଟିଏ ସ୍ଥାନରେ ରହି ସମଗ୍ର ବିଶ୍ୱକୁ ଦେଖିବାର ସୁଯୋଗ ଦେଉଛି। ପ୍ରବାସୀ ଭାରତୀୟଙ୍କ ଉପରେ ପ୍ରଧାନମନ୍ତ୍ରୀ ଆସ୍ଥାପ୍ରକଟ କରିଛନ୍ତି। ଆମର ପ୍ରବାସୀ ଭାରତୀୟମାନେ କେବଳ ରୋଜଗାର କରିବା ଏବଂ ଆର୍ଥିକ ସୁଯୋଗ ମିଳିବାର ଲକ୍ଷ୍ୟରେ ନ ରହି ମାନବତାର ସେବା ପାଇଁ ଆଗେଇ ଆସିବା ଦରକାର। ଦେଶର ୩ କୋଟି ୨୦ ଲକ୍ଷ ଶକ୍ତିଶାଳୀ ପ୍ରବାସୀ ଭାରତୀୟ ଦେଶକୁ ବିଶ୍ୱ ପରିବାରର ସେବା କରିବା ପାଇଁ ନିଜର ଅଭିଜ୍ଞତାକୁ ବ୍ୟବହାର କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତି କରିଛନ୍ତି। ଏହି ସମ୍ମିଳନୀରେ କୁଏତ୍, ମରିସସ ଏବଂ ବିଭିନ୍ନ ରାଷ୍ଟ୍ରରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ସାକ୍ଷାତ୍ ସହ ଆଲୋଚନା କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର