ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରବାସରେ ଓଡ଼ିଆ: ଗୁଜରାଟ ଅଡାଲଜ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ଅହମଦାବାଦ: ଗୁଜରାଟର ଅହମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜଠାରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଅଡାଲଜ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ବହୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତମାନଙ୍କର ଭିଡ଼ ନଜରକୁ ଆସିଥିଲା।

ମନ୍ଦିରରେ ଠାକୁରମାନଙ୍କର ଯଥାରୀତି ପୂଜାର୍ଚ୍ଚନା କରାଯାଇ ସକାଳ ୯ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ରାଜ୍ୟ ଜନଜାତି ଉନ୍ନୟନ ମନ୍ତ୍ରୀ ଡଃ କୁବେର ଭାଇ ଦିନଦୋର ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏଥିରେ ସାଂସଦ ନରହରି ଅମିନ, ବିଧାୟକ ଅଳ୍ପେଶ ଠାକୁର ଓ ରୀତାବେନ୍ ପଟେଲ ପ୍ରମୁଖ ସହଯୋଗ କରିଥିଲେ। ଏହା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ରଥଟିକୁ ଆଡ଼ାଲଜଠାରୁ ୩ କିଲୋମିଟର ଦୂରବର୍ତ୍ତୀ ମା ଅନ୍ନପୂର୍ଣ୍ଣା ମନ୍ଦିରକୁ ନିଆଯାଇ ମଧ୍ୟାହ୍ନ ସୁଦ୍ଧା ପୁଣି ମୁଖ୍ୟ ମନ୍ଦିରର ବେଢ଼ାକୁ ଫେରାଇ ଅଣାଯାଇଥିଲା। ଏହାପରେ ଠାକୁରମାନଙ୍କୁ ମନ୍ଦିରର ତଳତାଲାରେ ଥିବା କମ୍ୟୁନିଟି ହଲ୍ ପରିସର ମାଉସୀମା ଘରକୁ ନିଆଯାଇ ସେଠାରେ ଥିବା ସିଂହାସନରେ ବିରାଜମାନ କରାଯାଇଥିଲା।

ଚଳିତ ବର୍ଷ ରଥଯାତ୍ରାର ଆୟୋଜନରେ ବିଶ୍ୱ ବ୍ରାହ୍ମଣ ସଂଗଠନର ସଭାପତି ଶଶିକାନ୍ତ ତିୱାରୀ, ମହାସଚିବ ଦୀପକ ଯୋଶୀ ଏବଂ ମାଆ ଅନ୍ନପୂର୍ଣ୍ଣା ଟ୍ରଷ୍ଟର ପରିଚାଳନା କମିଟି ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ଟ୍ରଷ୍ଟି, ସଦସ୍ୟଗଣ ଓ ଓଡ଼ିଶା ସଂଘର କର୍ମକର୍ତ୍ତା ଯଥା

ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଓ ଅନୁସନ୍ଧାନ କେନ୍ଦ୍ର (ଜେସିଏଆର୍‌ସି)ର ସଦସ୍ୟ ସଚିବ ଡଃ ବଦ୍ରି ମହାପାତ୍ର ଓ ଓଡ଼ିଶା ସଂଘର ସାଧାରଣ ସମ୍ପାଦକ ଡଃ ବଦ୍ରି ମହାପାତ୍ର, ଓଡ଼ିଶା ସଂଘର ସଭାପତି ହରେକୃଷ୍ଣ ଦାଶ, ସଦସ୍ୟ ମହେଶ୍ୱର ସାହୁ, ଡକ୍ଟର ନିବେଦିତା ସାହୁ, ଲୀଳା ଦାଶ, ବାଞ୍ଛାନିଧି ପାଣି, ରବି ପଣ୍ଡା, ଅଶୋକ ସାମଲ, ସତ୍ୟ ମିଶ୍ର, ନାରାୟଣ ସ୍ବାଇଁ, ଅଜୟ ଦାସ, ମହେନ୍ଦ୍ର ଦାସ, ରାଜେଶ ସାମଲ, ଦିଲ୍ଲୀପ ଜେନା, ରୋହିତ ନାୟକ, ନିଗମାନନ୍ଦ ଦାସ,ଦିଲ୍ଲୀପ ବଳ, ସନ୍ଧ୍ୟା ପଣ୍ଡା ଓ ଗଣେଶ ସାବତ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ