ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଫେସର ସୁନୀଲକାନ୍ତ ବେହେରାଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ.ସୁନୀଲକାନ୍ତ ବେହେରାଙ୍କ ଆଜି ତାଙ୍କ ବ୍ରହ୍ମପୁର ହିଲ୍‌ପାଟଣା ଗୋପବନ୍ଧୁନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ପ୍ରଫେସର ଡ. ବେହେରା କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ଅସୁସ୍ଥତା ହେତୁ ଛୁଟିନେଇ ବିଶ୍ରାମ ନେବାପରେ ଗତ ୨୧ ତାରିଖ ଦିନ ବ୍ରହ୍ମପୁର ଫେରିଥିଲେ। ଆଜି ବାସଭବନରେ ଦ୍ବିପ୍ରହର ଭୋଜନ ପରେ ଅସୁସ୍ଥତା ଅନୁଭବ କରିଥିଲେ ଏବଂ ହଠାତ୍‌ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ପରିବାର ଲୋକ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନେଇଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ‌ଘୋଷଣା କରିଥିଲେ। ନିକଟରେ ତାଙ୍କ ପତ୍ନୀ ଉପସ୍ଥିତ ଥିବାବେଳେ ବେଙ୍ଗାଲୁରୁରେ ରହୁଥିବା ପୁଅ ଓ ଝିଅ ପହଞ୍ଚିବାପରେ ସ୍ବର୍ଗତ ବେହେରାଙ୍କ ଶେଷ ଇଚ୍ଛା ମୁତାବକ ତାଙ୍କ ଶରୀରକୁ ଏମ୍‌କେସିଜି ମେଡିକାଲ୍‌ କଲେଜକୁ ଦାନ କରାଯିବ। ଏଥିପାଇଁ ଦୁଇମାସ ପୂର୍ବେ ପ୍ରଫେସର ବେହେରା ଇଚ୍ଛାପତ୍ର ସ୍ବାକ୍ଷର କରିଥିଲେ। ଏହାପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।

ପ୍ରଫେସର ବେହେରାଙ୍କ ବିୟୋଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ.ଜୟନ୍ତ ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଭଦ୍ର, ମେଳାପି ତଥା ବନ୍ଧୁବତ୍ସଳ ଥିଲେ। କେବଳ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୁହଁ, ତେଜପୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ବି ସେ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ଗଭୀର ମର୍ମାହତ ବୋଲି ପ୍ରଫେସର ଡ. ମହାପାତ୍ର ଶୋକବାର୍ତ୍ତାରେ ଜଣାଇଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ଗଣଯୋଗାଯୋଗ ବିଭାଗ ମୁଖ୍ୟ ଗଣେଶ୍ବର ସେଠୀ, ବନ୍ଦନା ପଣ୍ଡା, କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ବିଭାଗୀୟ ମୁଖ୍ୟ ପ୍ରଦୋଷ ରଥ, ବାଲେଶ୍ବର ବିଶ୍ବବିଦ୍ୟାଳୟ ବିଭାଗୀୟ ମୁଖ୍ୟ ଡ.ଭାରତୀବାଳା ପଟ୍ଟନାୟକ, ସିପିଏମ୍‌ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୧୯୫୫ ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ବେହେରା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୮୧ ମସିହାରୁ ବହୁବର୍ଷ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରି ୨୦୧୫ରେ ଅବସର ନେଇଥିଲେ। ଏହାପରେ ସେ ଆସାମର ତେଜପୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଡିନ୍‌ ତଥା ପ୍ରଫେସର ଅଫ୍ ଏମିନେନ୍ସ ଭାବେ ଯୋଗ ଦେଇଥିଲେ। ସେଠାରେ ପାଞ୍ଚ ବର୍ଷ କାର୍ଯ୍ୟକାଳ ସମାପନ କରିବା ପରେ ୨୦୨୧ରେ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଯୋଗ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।