ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ବିଦ୍ୟାଳୟ ସମ୍ମୁଖରେ ଛାତ୍ରୀଙ୍କ ଆନ୍ଦୋଳନ ସିନ୍ଧ୍ରିମାଳ କେଜିବିଭିର ପ୍ରଧାନ ଶିକ୍ଷୟିତ୍ରୀ ନିଳମ୍ବନ ଘଟଣା

ମାଲକାନଗିରି: ଆମ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଫେରାଇ ଦିଅ। ବର୍ଷା ହେଉ ବା ଖରା ହେଉ ଆମେ ଧାରଣାରୁ ହଟିବୁ ନାହ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଳମ୍ବନ ତୁରନ୍ତ ପ୍ରତ୍ୟାହାର କରାଯାଉ ଭଳି ସ୍ଲୋଗାନ ଦେଇ ମାଲାକନଗିରି ନିକଟସ୍ଥ ସିନ୍ଧ୍ରିମାଳ କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ଛାତ୍ରୀମାନେ ସ୍କୁଲ ସମ୍ମୁଖରେ ବସି ଧାରଣା ଦେଉଥିବା ଦେଖିବାକୁ ମିଳିଛି। ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବାରୁ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବାହାରେ ବସିଥିବା ଦେଖିବାକୁ ମିଳିଥିଲା।

ତେବେ ସଂପୂର୍ଣ୍ଣ ଘଟଣା ହେଲା ଚଳିତ ବର୍ଷ ଦଶମ ଶ୍ରେଣୀରେ ସିନ୍ଧ୍ରିମାଳ କସ୍ତୁରବା ଗାନ୍ଧୀ ବିଦ୍ୟାଳୟରୁ ପ୍ରାୟ ୬୦ ଜଣ ପିଲା ପାସ କରିଥିଲେ। ଏମାନେ ପାସ ହେବା ପରେ ସ୍କୁଲରୁ ନିଜର ପ୍ରମାଣ ପତ୍ର ପାଇଁ ଯାଇଥିବା ବେଳେ ସ୍କୁଲର ବିକାଶ ପାଇଁ ସେମାନେ କିଛି ଆର୍ଥିକ ସହଯୋଗ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧ କରିବା ପରେ ସେମାନେ ନିଜର ଶକ୍ତି ମୁତାବକ ସାହାଯ୍ୟ କରିଥିଲେ। ଏହାକୁ ବାହାରେ ସ୍କୁଲର କିଛି କର୍ମଚାରୀ ପ୍ରଧାନ ଶିକ୍ଷୟିତ୍ରୀ ଟଂକା ଆଦାୟ କରୁଥିବା ନେଇ ପ୍ରକାଶ କରିବା ପରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏହାର ତଦନ୍ତ କରି ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନାୟକଙ୍କୁ ନିଳମ୍ବିତ କରିଥିଲେ।

ଏହି ଘଟଣା ବାହାରେ ଚର୍ଚ୍ଚା ହେବାରୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଟଂକାକୁ ଫେରାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ଏହା ପୂର୍ବରୁ କିନ୍ତୁ ସେ ଆମ ସ୍କୁଲ ଅଭିଯାନରେ ରସିଦ କାଟିଥିବା କୁହାଯାଇଥିଲା। କିନ୍ତୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଳମ୍ବିତ କରିବା ପରେ ସ୍କୁଲର ଛାତ୍ରୀମାନେ ଏହି ଖବର ପାଇବା ପରେ ଆଜି ସକାଳୁ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ।

ଏସବୁ ପଛରେ ସ୍କୁଲର କିଛି କର୍ମଚାରୀ ସାପ ହୋଇ ଦଂଶନ କରିବା ପରେ ଗୁଣିଆ ହୋଇ ଝାଡୁଥିବା ନେଇ ଆଲୋଚନା ଜୋର ଧରିଛି। ସ୍କୁଲର କିଛି କର୍ମଚାରୀ ପ୍ରଧାନ ଶିକ୍ଷୟିତ୍ରୀ ବିରୋଧରେ ଯାଇ ଏଭଳି କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଏହାର ଉଚିତ ତଦନ୍ତ କରାଗଲେ କିଏ ଏହି ଘଟଣାର ଖଳନାୟକ ପଦାକୁ ଆସିବ ବୋଲି କୁହାଯାଇଛି। ଦୀର୍ଘଦିନ ଧରି ବିଦ୍ୟାଳୟରେ ଚାଲିଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡିଥିବା ମଧ୍ୟ ଆଲୋଚନା ହେଉଛି।

ଏନେଇ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପଚାବାରୁ ପିଲାମାନେ ଧାରଣାରୁ ଉଠିଛନ୍ତି। ସେମାନେ ଆଜି ପାଠ ପଢ଼ିବା ସହ ସ୍ଥିତି ସାମାନ୍ୟ ହୋଇଛି। ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରାଯାଇଛି। ଯଦି ପିଲାମାନେ ଆଗକୁ ଏଭଳି ଧାରଣା ଦିଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଶିକ୍ଷକମାନଙ୍କ ବିରୋଧରେ କରାଯିବ ବୋଲି ବିଇଓ କହିଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଳମ୍ବନକୁ ନେଇ ଏଭଳି ଧାରଣା ଦିଆଯାଇଥିବା ବିଇଓ କହିଥିଲେ। ଏହି ବିଦ୍ୟାଳୟରେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରିବା ପଛରେ କିଏ କିଏ ରହିଛନ୍ତି। ଏହାର ତଦନ୍ତ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଭିଭାବକ ମହଲରେ ମଧ୍ୟ ଦାବି କରାଯାଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି