କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ
ଯାଜପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ହିତାଧିକାରୀ ତାଲିକା ଏବେ ପଞ୍ଚାୟତ କାର୍ଯ୍ୟାଳୟ , ଅଙ୍ଗନବାଡି କେନ୍ଦ୍ର ଓ ପଞ୍ଚାୟତର ପ୍ରମୁଖ ସ୍ଥାନରେ ଟଙ୍ଗାଯାଇଛି। ଏହି ତାଲିକାରେ ଯଦି କୌଣସି ଅଯୋଗ୍ୟ ହିତାଧିକାରୀ ଥିବେ ୨୪ ତାରିଖ ମଧ୍ୟରେ ଅଭିଯୋଗ କରିହେବ। ଏ ସଂପର୍କରେ ଯାଞ୍ଚ କରାଯାଇ ଅଯୋଗ୍ୟଙ୍କୁ ବାଦ୍ ଦିଆଯିବ। ତେବେ ତଞ୍ଚକତା କରି ତାଲିକାରୁ ବାଦ୍ ଦିଆଯାଇଥିବା ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ କିପରି ବୋଲି ପ୍ରଶ୍ନ ଉଠୁଛି।
ଯାଜପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ଭାବ୍ୟ ତାଲିକାରେ ମୋଟ ୨୯ ହଜାର ୧୭୫ଟି ଆବାସ ପ୍ରଦାନ ପାଇଁ ସରକାର ଲକ୍ଷ୍ୟ ରଖିଥିବା ବେଳେ ୨୮ ହଜାର ୮୫୩ ହିତାଧିକାରୀଙ୍କ ନାମ ପ୍ରକାଶ କରାଯାଇଛି। ବଡ଼ଚଣା ବ୍ଲକ୍ରେ ୨୫୮୮ଜଣ, ବରୀ ବ୍ଲକ୍ରେ ୨୪୪୧ଜଣ, ବିଂଝାରପୁର ବ୍ଲକ୍ରେ ୫୭୧୮ଜଣ, ଦାନଗଦୀ ବ୍ଲକ୍ରେ ୨୫୭୧ଜଣ, ଦଶରଥପୁର ବ୍ଲକ୍ରେ ୫୫୫୯ଜଣ , ଧର୍ମଶାଳା ବ୍ଲକ୍ରେ ୩୦୯୯ଜଣ, ଯାଜପୁର ବ୍ଲକ୍ରେ ୮୩ଜଣ, କୋରେଇ ବ୍ଲକ୍ରେ ୨୮୧୬ଜଣ, ରସୁଲପୁର ବ୍ଲକ୍ରେ ୨୪୫୧ଜଣ ଓ ସୁକିନ୍ଦା ବ୍ଲକ୍ରେ ୧୫୨୭ ଜଣ ହିତାଧିକାରୀ ତାଲିକା ପ୍ରକାଶ ପାଇଛି। ସେହିପରି ରାଜ୍ୟର ଫନି କ୍ଷତିଗ୍ରସ୍ତ ୧୪ ଜିଲ୍ଲା ପାଇଁ ଅତିରିକ୍ତ ଭାବେ ଆବାସ ଦେବା ପାଇଁ ତାଲିକା କରାଯାଇଛି । ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ସ୍ୱତନ୍ତ୍ର ଭାବେ କରାଯାଇ ଯାଜପୁର ଜିଲ୍ଲାରେ ୫୧୨୯ଟି ଆବାସ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ୪୫୨୯ ଜଣ ହିତାଧିକାରୀଙ୍କ ତାଲିକା ପ୍ରକାଶ କରାଯାଇଛି। ଏହି ଯୋଜନାରେ ବଡ଼ଚଣା ବ୍ଲକ୍ରେ ୫୭୦ଜଣ, ବରୀ ବ୍ଲକ୍ରେ ୩୩୮ଜଣ, ବିଂଝାରପୁର ବ୍ଲକ୍ରେ ୨୬୭ଜଣ, ଦାନଗଦୀ ବ୍ଲକ୍ରେ ୩୮୩ଜଣ, ଦଶରଥପୁର ବ୍ଲକ୍ରେ ୧୨୨୫ଜଣ, ଧର୍ମଶାଳା ବ୍ଲକ୍ରେ ୨୬୯ଜଣ , ଯାଜପୁର ବ୍ଲକ୍ରେ ୧୮ଜଣ, କୋରେଇ ବ୍ଲକ୍ରେ ୭୦୭ଜଣ, ରସୁଲପୁର ବ୍ଲକ୍ରେ ୪୪୨ଜଣ, ସୁକିନ୍ଦା ବ୍ଲକ୍ରେ ୩୧୦ ଜଣ ହିତଧିକାରୀ ଅଛନ୍ତି। ଜିଲ୍ଲାରେ ମୋଟ ୩୩ ହଜାର ୩୮୨ ଜଣଙ୍କୁ ଆବାସ ଦେବା ପାଇଁ ଚୟନ କରାଯାଇଛି। ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ତାଲିକା କେଉଁଠୁ ଅଣାଯାଇ କେଉଁ ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଗଲା ବୋଲି ପ୍ରଶ୍ନ ଉଠିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୧୧ ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନା( ଏସଇସିସି) ତାଲିକାରେ ଥିବା କଚ୍ଚାଘର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବାସ ପ୍ଲସ ପୋର୍ଟାଲରେ ପଞ୍ଜିକୃତ କରାଯିବ । ପର୍ଯ୍ୟାୟ କ୍ରମେ ଏହି ତାଲିକାକୁ ଯାଞ୍ଚ କରାଯାଇ ଆବାସ ପ୍ରଦାନ କରିବାର ବିଧି ଅଛି। ଏହି ପଞ୍ଜିକୃତ ତାଲିକାରେ ଥିବା ସମସ୍ତ ହିତାଧିକାରୀ ଆବାସ ପାଇବା ପରେ ବର୍ଦ୍ଧିତ ପରିବାରଙ୍କୁ ଦିଆଯିବ। ବର୍ଦ୍ଧିତ ପରିବାର ଆଳରେ ପଞ୍ଚାୟତ ସ୍ତରରୁ ତାଲିକା ଅଣାଯାଇ ଆବାସ ପ୍ଲସ୍ ପୋର୍ଟାଲରେ ପଞ୍ଜିକୃତ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ନିମନ୍ତେ ତାଲିକାକୁ ମଞ୍ଜୁର କରାଯାଇଛି । କେଉଁ ନିୟମ ଅନୁଯାୟୀ ବର୍ଦ୍ଧିତ ପରିବାର ଚୟନ କରାଗଲା ? ସରକାର ସ୍ୱଚ୍ଛତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କହୁଥିବା ବେଳେ ଜିଲ୍ଲାରେ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l