ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଆଜି ଲାଗିବ ହିତାଧିକାରୀଙ୍କ ତାଲିକା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ପ୍ରାୟ ୩ବର୍ଷ ପରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୮.୧୭ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)- ସ୍ବତନ୍ତ୍ରରେ ୧.୪୨ଲକ୍ଷ ଘର ମିଳିବ। ଏଥିପାଇଁ ରାଜ୍ୟ ସରକାର ଚୂଡ଼ାନ୍ତ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିବା ପୂର୍ବରୁ ସର୍ଭେ କରି ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି (ସୋମବାର) ଠାରୁ ଏହି ୯.୫୯ଲକ୍ଷ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପଞ୍ଚାୟତସ୍ତରରେ ପ୍ରକାଶ ପାଇବ। ଏଥିରେ ଯଦି କେହି ଅଯୋଗ୍ୟ ହିତାଧିକାରୀ ଥିବା ନେଇ କାହାର ଅଭିଯୋଗ ‌ଥିବ ତେବେ ଜାନୁଆରି ୨୪ତାରିଖ ସୁଦ୍ଧା ବିଧିବଦ୍ଧ ଭାବେ ଅଭିଯୋଗ କରିପାରିବେ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ ଆବାସ ଯୋଜନାରେ ଘର ପାଇବାକୁ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ଜାନୁଆରି ୧୬ରୁ ଜାନୁଆରି ୨୪ ମଧ୍ୟରେ ଗ୍ରାମପଞ୍ଚାୟତୱାରି ସଂପୃକ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଅଙ୍ଗନବାଡି ସେଣ୍ଟର ଏବଂ ଗ୍ରାମର ପ୍ରମୁଖ ସ୍ଥାନଗୁଡ଼ିକରେ ପ୍ରଦର୍ଶିତ ହେବ। ଏହି ତାଲିକାରେ ଯଦି କୌଣସି ଅଯୋଗ୍ୟ ପରିବାରଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥାଏ ତେବେ ଯେ କେହିବି ଅଯୋଗ୍ୟ ପରିବାରଙ୍କ ନାମରେ ଅଭିଯୋଗ ଦାଖଲ କରିପାରିବେ। ଏହାକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନିଆଯିବ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ରାଜ୍ୟ ସରକାର ପକ୍ଷପାତିତା କରୁଥିବା ନେଇ ବିଜେପି ଓ କଂଗ୍ରେସ ପୂର୍ବରୁ ବାରମ୍ବାର ଅଭିଯୋଗ କରିଆସୁଥିଲେ। ଏପରିକି ହିତାଧିକାରୀ ଚୟନ ବେଳେ ବିଜେଡି କର୍ମୀଙ୍କୁ ଅଗ୍ରାଧିକାର ଦିଆଯାଉଛି ବୋଲି ଅଭିଯୋଗ ହେଉଥିଲା। ବିଜେପି ସାଂସଦମାନେ ଆବାସ ଯୋଜନାରେ ବ୍ୟାପକ ଅନିୟମତତା ନେଇ ସଂସଦରେ ଉଠାଇଥିଲେ। ଏହାପରେ ରାଜ୍ୟ ସରକାର ଅଯୋଗ୍ୟ ପରିବାରଙ୍କୁ ବାଦ୍‌ ଦେବା ପାଇଁ ବିଭିନ୍ନ କୌଶଳ ଆପଣାଇଛନ୍ତି।

ଯଦି କେହି ଅଯୋଗ୍ୟ ପରିବାରଙ୍କ ନାମରେ ଅଭିଯୋଗ କରିବାର ଥିବ ତେବେ ଅଭିଯୋଗ ଦରଖାସ୍ତ ଫର୍ମକୁ ପୂରଣ କରି ନିଜ ପଞ୍ଚାୟତ ବା ବ୍ଲକ କାର୍ଯ୍ୟାଳୟରେ ରଖାଯାଇଥିବା ଅଭିଯୋଗ ବାକ୍ସରେ ଦାଖଲ କରିପାରିବେ, କିମ୍ବା ଟୋଲ୍‌ ଫ୍ରି ନମ୍ବରରେ ୧୮୦୦୩୪୫୬୭୭୦ ଓ ୧୫୫୩୩୫ରେ ଫୋ‌ନ୍ କରି ନିଜ ପରିଚୟ ପ୍ରଦାନ କରି ଅଭିଯୋଗ କରିପାରିବେ। କିମ୍ବା ଅନଲାଇନ୍ ମାଧ୍ୟମରେ www.rhodisha.gov.in ପୋର୍ଟାଲରେ ଅଭିଯୋଗ ଦାଖଲକୁ କ୍ଲିକ୍ କରି ନିଜର ମୋବାଇଲ ନମ୍ବର ପଞ୍ଜୀକୃତ କରି ନାମ, ବ୍ଲକ, ଗ୍ରାମ ପଞ୍ଚାୟତ ଆଦି ଠିକଣା ଦେଇ ଅଯୋଗ୍ୟ ପରିବାର ସମ୍ପର୍କରେ ଅଭିଯୋଗ କରିପାରିବେ। ଅଭିଯୋଗକାରୀଙ୍କ ସୂଚନା ଗୁପ୍ତ ରଖାଯିବ। ହେଲେ ଜାନୁଆରି ୨୪ ସୁଦ୍ଧା ଅଭିଯୋଗ କରିବାକୁ ହେବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।

ପ୍ରାପ୍ତ ଅଭିଯୋଗଗୁଡ଼ିକର ତଦନ୍ତ କରି ସମ୍ଭାବ୍ୟ ତାଲିକାରୁ ଅଯୋଗ୍ୟ ପରିବାରଙ୍କ ନାମ କାଟି ସମସ୍ତ ଯୋଗ୍ୟ ପରିବାରଙ୍କ ତାଲିକା ଗ୍ରାମସଭାର ଅନୁମୋଦନ ପାଇଁ ପଠାଯିବ। ଗ୍ରାମସଭା ଉକ୍ତ ତାଲିକାକୁ ଅନୁମୋଦନ କରିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସମସ୍ତ ଯୋଗ୍ୟ ପରିବାରଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି।

ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ଯୋଜନାରେ କେନ୍ଦ୍ର ସରକାରଙ୍କର ୬୦% ଅଂଶଧନ ଥିବାବେଳେ ରାଜ୍ୟ ସରକାରଙ୍କର ୪୦% ରହିଛି। ବର୍ତ୍ତମାନର ଆବଣ୍ଟନ ପଦ୍ଧତି ଅନୁଯାୟୀ ଆଗାମୀ ୬ରୁ ୮ମାସ ମଧ୍ୟରେ ରାଜ୍ୟକୁ ୧୬ହଜାରରୁ ୧୭ହଜାର କୋଟି ଟଙ୍କାର ଆର୍ଥିକ ଅନୁଦାନ ମିଳିବା ସହ ରାଜ୍ୟ ଅର୍ଥନୀତି ବ୍ୟବସ୍ଥାକୁ ସୁଦୃଢ କରିବାରେ ଏହା ସହାୟକ ହେବ। ଏହି ସାଢ଼େ ୯ଲକ୍ଷ ଗୃହ ନିର୍ମାଣରେ ଆସନ୍ତା ୬ରୁ ୮ମାସ ମଧ୍ୟରେ ପ୍ରାୟ ୬କୋଟି କୁଶଳୀ ଏବଂ ୧୦କୋଟି ଅଣକୁଶଳୀ କାର୍ଯ୍ୟଦିବସ ସୃଷ୍ଟି ହେବା ସହ ଗ୍ରାମୀଣ ଅର୍ଥନୀତିରେ ଅଭିବୃଦ୍ଧି ହେବ। ଇଟା, ସିମେଣ୍ଟ, ଲୁହା ଆଦି ଗୃହ ନିର୍ମାଣ ସାମଗ୍ରୀର ଚାହିଦା ବୃଦ୍ଧି ପାଇବ।

ସୂଚନାଯୋଗ୍ୟ ଯେ, ପାହାଡ଼ିଆ ଅଞ୍ଚଳ (ଆ‌ଇଏପି ଜିଲ୍ଲା)ରେ ଏହି ଯୋଜନାରେ ଘର ନିର୍ମାଣ ବାବଦକୁ ୧ଲକ୍ଷ ୩୦ହଜାର ଟଙ୍କା ମିଳୁଥିବାବେଳେ ବାକି ଅଞ୍ଚଳ (ଅଣ ଆଇଏପି ଜିଲ୍ଲା)ରେ ୧ଲକ୍ଷ ୨୦ହଜାର ଟଙ୍କା ସହାୟତା ମିଳିବ। ୪ମାସରେ ଘର କାମ ଶେଷ କଲେ ୨୦ହଜାର, ୬ମାସରେ କାମ ଶେଷ କଲେ ୧୦ହଜାର ଟଙ୍କାଳ ଅଧିକ ରାଜ୍ୟ ସରକାର ଯୋଗାଇଦେବେ। ଏହାବାଦ୍ ସ୍ବଚ୍ଛ ଭାରତ ମିସନ୍ ଅଧୀନରେ ପାଇଖାନା ଘର ନିର୍ମାଣ ପାଇଁ ୧୨ହଜାର ଟଙ୍କା ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ହିତାଧିକାରୀଙ୍କୁ ଅଣ ଆଇଏପି ଜିଲ୍ଲାରେ ୯୦ଦିନ ଏବଂ ଆଇଏପି ଜିଲ୍ଲାରେ ୯୫ଦିନ ପର୍ଯ୍ୟନ୍ତ ମଜୁରୀ ମିଳିବ। ଏହିପରି ୪ମାସରେ ଘର କାମ ଶେଷ କଲେ ‌ହିତାଧିକାରୀଙ୍କୁ ଅଣଆଇଏପି ଜିଲ୍ଲାରେ ୧,୭୨,୦୦୦ ଟଙ୍କା ଏବଂ ଆଇଏପି ଜିଲ୍ଲାରେ ୧,୮୨,୦୦୦ ଟଙ୍କା ମିଳିବ ବୋଲି କୁହାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।