ନୂଆଦିଲ୍ଲୀ ୦୨/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ପୋଷ୍ଟ ପଡିଲା ମହଙ୍ଗା । ଜଣଙ୍କୁ ବାନ୍ଧିଲା ପୋଲିସ । ଏପରି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାର ସହସଓ୍ୱାନ୍ ଅଞ୍ଚଳରେ ।
ସହସଓ୍ୱାନ ଥାନା ଆଇଆଇସି ସଞ୍ଜୀବ କୁମାର ଶୁକ୍ଳାଙ୍କ କହିବାନୁସାରେ, ଜଣେ ଯୁବକ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନତ ପୋଷ୍ଟ କରିଥିଲେ । ଯାହା ପରେ ତାଙ୍କ ନାଁରେ ଏତଲା ହୋଇଥିଲା । ତାଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ହେଲେ ରେହାନ୍ ।
ଯୁବକଜଣଙ୍କ କେବଳ ଅପମାନଜନକ ଟିପ୍ପଣୀ ଦେଇନଥିଲେ ବରଂ ଗୁଜବ ଓ ମିଛ ଖବର ପ୍ରସାରଣ କରିଥିଲେ । ତାଙ୍କ ବିରୋଧରେ ଆଇଟି ଆକ୍ଟର ଧାରା 67 ଲାଗିଛି । କୋର୍ଟ ଜାମିନ ନାମଞ୍ଜୁର କରିଥିବାରୁ ରେହାନଙ୍କୁ ଜେଲ୍ ପଠାଇଦିଆଯାଇଛି ।