ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଦୂଷଣ ରୋକିବାକୁ ପ୍ରୟାସ: ପାଳକୁ ନ ପୋଡ଼ି ଜୈବିକ ଖତ ପ୍ରସ୍ତାବ

ବ୍ରହ୍ମପୁର: ସଂପ୍ରତି ରାସାୟନିକ ସାର ପ୍ରୟୋଗ ଦ୍ବାରା ଦିନକୁ ଦିନ ମାଟିର ଉର୍ବରତା ହ୍ରାସ ପାଉଛି। ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ବିଭିନ୍ନ ବ୍ଲକ୍‌ର ମାଟିରେ ଲବଣ ଅଂଶ ରହିଛି। ବିଶେଷକରି ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା ଓ ଚିକିଟିର ମାଟିରେ ଅଧିକ ମାତ୍ରାରେ ଲବଣ ଅଂଶ ରହିଛି। ତେଣୁ ମୃତ୍ତିକାର ଉର୍ବରତା କମିଯାଉଛି। ଏଥିପାଇଁ ଚାଷରେ ଜୈବିକ ସାର ପ୍ରୟୋଗ କରିବାକୁ ବିଭିନ୍ନ ମାଧ୍ୟମରେ ସଚେତନ କରାଯାଉଛି। ଖତ ଓ କମ୍ପୋଷ୍ଟ୍‌ ସାର ପ୍ରତି ଚାଷୀମାନେ ମଧ୍ୟ ଆକୃଷ୍ଟ ହେଉଛନ୍ତି। ବର୍ତ୍ତମାନ ଧାନପାଳରୁ ଜୈବିକ ସାର ପ୍ରସ୍ତୁତ କରିବା ପାଇଁ ଋଷିକୁଲ୍ୟା ରୟତ ମହାସଭା ଉଦ୍ୟମ ଆରମ୍ଭ କରିଛି। ବିଲରେ ପଡ଼ି ରହୁଥିବା ପାଳକୁ ନପୋଡ଼ି ତାହା କମ୍ପୋଷ୍ଟ୍‌ ଖତ କିମ୍ବା ଛତୁ ଚାଷରେ ବ୍ୟବହାର କରିବା ପାଇଁ ଋଷିକୁଲ୍ୟା ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କୃଷି ବିଭାଗକୁ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ବାରା ବାୟୁ ପ୍ରଦୂଷଣକୁ ମଧ୍ୟ ରୋକାଯାଇପାରିବ ବୋଲି ସେ କହିଛନ୍ତି।

ଜଳବାୟୁ ପରିବର୍ତ୍ତନ ଯୋଗୁ ବର୍ଷାର ପରିମାଣ ମଧ୍ୟ କମିବାରେ ଲାଗିଛି। ଏହାସହ ଭୂତଳ ଜଳସ୍ତର ବି ଖସିବାକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି। ରାସାୟନିକ ସାର ପ୍ରୟୋଗ ଦ୍ବାରା ପନିପରିବାରେ ମଧ୍ୟ କୌଣସି ପ୍ରକାର ଭିଟାମିନ ରହୁ ନାହିଁ। ଫଳରେ ଲୋକଙ୍କ ‌ରୋଗ ପ୍ରତିରୋଧକ ଶକ୍ତି କମିବାରେ ଲାଗିଛି। ଏଭଳି ପରିସ୍ଥିତିର ସାମ୍ନା କରିବା ପାଇଁ ଜୈବିକ ପଦ୍ଧତିରେ ତିଆରି ହୋଇଥିବା ସାର ପନିପରିବାର ପୋଷଣ ତତ୍ତ୍ବକୁ ବୃଦ୍ଧି କରୁଛି। ବର୍ତ୍ତମାନ ଚାଷୀମାନେ ଖତ ଓ କମ୍ପୋଷ୍ଟ୍‌ ସାର ବ୍ୟବହାର କରୁଛନ୍ତି।
ଏହି ଜୈବିକ ସାରରେ ପାଳ ଯୋଡ଼ି ହୋଇଛି। ଗଞ୍ଜାମ ଜିଲ୍ଲାରେ ଗାଈଗୋରୁଙ୍କ ସଂଖ୍ୟା ଢେର୍ କମିଛି। ଆଉ ପୂର୍ବଭଳି ହଳଲଙ୍ଗଳ ଜରିଆରେ ଚାଷ କାର୍ଯ୍ୟ ହେଉ ନାହିଁ। ଏବେ ଜିଲ୍ଲାରେ ପ୍ରାୟ ୧୨ ପ୍ରତିଶତ ଚାଷୀଙ୍କ ନିକଟରେ ଗାଈଗୋରୁ ଅଛନ୍ତି। ଅଧିକାଂଶ ଚାଷୀ ବିଲରେ ଟ୍ରାକ୍ଟର୍‌ ଲଗାଇ ଚାଷ କରୁଛନ୍ତି। ଧାନ ଚାଷ ପରେ ଚାଷୀ ବିଲରେ ଧାନ କାଟି ରଖୁଛନ୍ତି। ସେଠାରେ ହିଁ ମେସିନ୍‌ ବ୍ୟବହାର କରି ଧାନ ଓ ପାଳକୁ ଅଲଗା କରି ଦିଆଯାଉଛି। ଚାଷୀ ଧାନ ସଂଗ୍ରହ କରି ନେବା ପରେ ପାଳ ବିଲରେ ଛାଡ଼ି ଦେଉଛନ୍ତି। ଯେଉଁ ଚାଷୀଙ୍କ ଗାଈଗୋରୁ ନାହାନ୍ତି, ସେମାନେ ପାଳ ନନେଇ ତାହା ପୋଡ଼ି ଦେଉଥିବା ଦେଖିବାକୁ ମିଳୁଛି। ଏହାଦ୍ବାରା ପରିବେଶ ପ୍ରଦୂଷଣ ହେବା ସହିତ ପ୍ରବଳ ଧୂଆଁ ଯୋଗୁଁ ଲୋକେ ନାନା ପ୍ରକାର ଶ୍ବାସରୋଗର ଶିକାର ହେଉଛନ୍ତି। ସେହିପରି ବିଲ ଓ ଚାଷ କାର୍ଯ୍ୟ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ୁଛି।

ସରକାର ପରିବେଶଭିତ୍ତିକ ଚାଷକୁ ଗୁରୁତ୍ବ ଦେଇ ଜୈବିକ ସାର ପ୍ରସ୍ତୁତ ଉପରେ ଚାଷୀଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ଏଣୁ ପାଳକୁ ବ୍ୟବହାର କରି କିଭଳି ଭାବେ ଜୈବିକ ସାର ପ୍ରୟୋଗ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ଶ୍ରୀ ନାହାକ ଅନୁରୋଧ କରିଛନ୍ତି। ପରିବେଶବିତ୍‌ ସୁଧୀର ରାଉତ କହନ୍ତି, ବିଲରେ ପାଳ ପୋଡ଼ିବା ଦ୍ବାରା ବାୟୁ ପ୍ରଦୂଷଣ ହେଉଛି। ସେହିପରି ମାଟିରେ ରହିଥିବା ଅଣୁଜୀବଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଉଛନ୍ତି। ଯେଉଁମାନେ କି ମାଟିରେ ନାଇଟ୍ରୋଜେନ୍‌ ପରିମାଣ ବଜାୟ ରଖିବାରେ ବେଶ୍ ଉପଯୋଗୀ ହୋଇଥାନ୍ତି। ଏଣୁ ପାଳ ନପୋଡ଼ି ତାକୁ କମ୍ପୋଷ୍ଟ୍‌ ଖତ ଭାବେ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।