ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରଥମ ସୂର୍ଯ୍ୟ ଅଭିଯାନ ପାଇଁ ଇସ୍ରୋ ପ୍ରସ୍ତୁତ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସଫଳ ଚନ୍ଦ୍ର ଅଭିଯାନ ପରେ ଭାରତ ପ୍ରଥମ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୧’ ପାଇଁ ପ୍ରସ୍ତୁତ ଅଛି। ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ-ଏଲ୍‌୧ ଲଞ୍ଚ କରିବାକୁ ଯାଉଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା (ସ୍ୱାଧୀନ ଦାୟିତ୍ୱ), ପିଏମ୍‌ଓ, କାର୍ମିକ, ଜନ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଆଜି ଏହା କହିଛନ୍ତି। ମୈନପୁରୀରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡ. ସିଂହ କହିଛନ୍ତି ଯେ ସମଗ୍ର ବିଶ୍ୱ ଭାରତର ଚନ୍ଦ୍ରଯାନ ଅଭିଯାନର ସଫଳତାକୁ ପ୍ରଶଂସା କରୁଥିବା ବେଳେ ସୂର୍ଯ୍ୟ ଅଭିଯାନ ପ୍ରତି ଲୋକଙ୍କ ଆଗ୍ରହ ମଧ୍ୟ ବହୁଗୁଣିତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଭାରତର ମହାକାଶ କ୍ଷେତ୍ରକୁ ଅତୀତର ବନ୍ଧନରୁ ମୁକ୍ତ କରିବା ପାଇଁ ସାହସିକ ନିଷ୍ପତ୍ତି ନେଇ ନ ଥାନ୍ତେ, ତେବେ ଏସବୁ ସମ୍ଭବ ହୋଇନଥାନ୍ତା। ଫଳସ୍ୱରୂପ ଆଜି ୪ ବର୍ଷର ସ୍ବଳ୍ପ ସମୟ ମଧ୍ୟରେ ଇସ୍ରୋର ଆର୍ଥିକ ସମ୍ବଳ ବୃଦ୍ଧି ପାଇଛି, ଷ୍ଟାର୍ଟଅପ ସଂଖ୍ୟା ୪ରୁ ୧୫୦କୁ ବୃଦ୍ଧି ପାଇଛି। ଭାରତର ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ରର ବିଶ୍ୱସନୀୟତା ଏତେ ବଢ଼ିଯାଇଛି ଯେ, ୟୁରୋପୀୟ ଉପଗ୍ରହ ଉତ୍‌କ୍ଷେପଣରୁ ଏପର୍ଯ୍ୟନ୍ତ ଭାରତ ୨୬୦ ନିୟୁତ ୟୁରୋରୁ ଅଧିକ ଆୟ କରିଛି ଏବଂ ଆମେରିକୀୟ ଉପଗ୍ରହ ଉତ୍‌କ୍ଷେପଣରୁ ୧୫୦ ନିୟୁତ ଡଲାରରୁ ଅଧିକ ରୋଜଗାର କରିଛି।

ଡ. ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ବୈଜ୍ଞାନିକ ଜଗତର ସମ୍ମାନ ବଢ଼ାଇବା କାରଣରୁ ଆଜି ସୂର୍ଯ୍ୟକୁ ପ୍ରଥମ ମହାକାଶ ଯାନ ପଠାଇବାକୁ ଆମର ସାହସ ଆସିଛି। ସୂର୍ଯ୍ୟ ମହାକାଶ ଅଭିଯାନ ‘ଆଦିତ୍ୟ-ଏଲ୧’ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ (ପିଏସଏଲଭି) ଦ୍ବାରା ସାତଟି ପେଲୋଡ୍ ସହିତ ଉତ୍‌କ୍ଷେପିତ ହେବ। ଏହି ମହାକାଶଯାନ ପୃଥିବୀଠାରୁ ପ୍ରାୟ ୧.୫ ନିୟୁତ କିଲୋମିଟର ଦୂର ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲାଗ୍ରାଞ୍ଜ ପଏଣ୍ଟ -୧ (ଏଲ୧) ଚାରିପାଖରେ ଏକ ପ୍ରଭାମଣ୍ଡଳ କକ୍ଷପଥରେ ରହିବ ଏବଂ ଏହି କକ୍ଷପଥରେ ରଖାଯାଇଥିବା ଉପଗ୍ରହ ବିନା କୌଣସି ଗ୍ରହଣରେ ସୂର୍ଯ୍ୟଙ୍କୁ କ୍ରମାଗତ ଭାବରେ ଦେଖିବାର ପ୍ରମୁଖ ଫାଇଦା ପାଇବ ବୋଲି ସେ କହିଛନ୍ତି। ଡ. ସିଂହ କହିଛନ୍ତି ଯେ, ମଙ୍ଗଳ ଓ ଚନ୍ଦ୍ର ଅଭିଯାନ ପରେ ଆଦିତ୍ୟ ଏଲ୍-୧ ହେଉଛି ତୃତୀୟ ଅଭିଯାନ। ଏହା ସୂର୍ଯ୍ୟଙ୍କ ଶକ୍ତି ଉତ୍ସ ଉପରେ ଅଧ୍ୟୟନ କରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ