ଖେଳ ଦେଶ ବିଦେଶ

ପ୍ରଥମ ମ୍ୟାଚ୍‌ରେ ଅଭିଜ୍ଞ ବୋଲରଙ୍କ ଦବ୍‌ଦବା, ୪ ଓଭରରେ ଦେଲେ ମାତ୍ର ୮ ରନ୍‌

ଥିରୁଅନନ୍ତପୁରମ୍‌ ୨୯।୦୯ : ବୁଧବାରଠୁ ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ । ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଦମ୍‌ଦାର ବିଜୟୀ ହୋଇଛି । ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମ୍‌କୁ ୮ ଓ୍ୱିକେଟ୍‌ରେ ପରାସ୍ତ କରିଛି ମେନ୍‌ ଇନ୍‌ ବ୍ଲ୍ୟୁ । ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଛି । ଖାସ୍‌ କରି ଅଭିଜ୍ଞ ବୋଲର ରବିଚନ୍ଦ୍ରନ୍‌ ଅଶ୍ୱିନୀଙ୍କ ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ଥିଲା ।

ପ୍ରଥମ ଦିନିକିଆରେ ଟସ୍‌ ଜିତି ଭାରତୀୟ ଟିମ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର । ନିର୍ଦ୍ଧାରିତ ୨୦ ଓଭରରେ ଦକ୍ଷିଣ ଆଫ୍ରିକା ଟିମ୍‌ ୧୦୬ରନ୍‌ କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ବୋଲର ଦୀପକ ଚହର ୪ ଓଭର ବୋଲିଂ କରି ୨୪ ରନ୍‌ ଦେଇ ୨ଟି ଓ୍ୱିକେଟ୍‌ ନେଇଥିବା ବେଳେ ଅର୍ଶଦୀପ ସିଂହ ୪ ଓଭରରେ ୩୨ ରନ୍‌ ଦେଇ ୩ଟି ଓ୍ୱିକେଟ୍‌ ନେଇଛନ୍ତି ।

ସେହିପରି ହର୍ଷଲ ପଟେଲ୍‌ ୪ଓଭର ବୋଲିଂ କରି ୨୬ ରନ୍‌ ଦେଇ ୨ଟି ଓ୍ୱିକେଟ୍‌ ନେଇଥିବା ବେଳେ ଅକ୍ଷର ପଟେଲ ୪ ଓଭର ବୋଲିଂ କରି ୧୬ରନ୍‌ ବ୍ୟୟ କରି ଗୋଟିଏ ଓ୍ୱିକେଟ୍‌ ନେଇଥିଲେ । କିନ୍ତୁ ବୋଲିଂ ବିଭାଗରେ ହିରୋ ସାଜିଥିଲେ ଅଭିଜ୍ଞ ରବିଚନ୍ଦ୍ରନ୍‌ ଅଶ୍ୱନିନ୍‌ । ଗୋଟିଏ ବି ଓ୍ୱିକେଟ୍‌ ପାଇନଥିଲେ ବି , ସେ ନିଜ ମାପଚୁପ୍‌ ବୋଲିଂରେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସମ୍ୟାନ୍‌ଙ୍କୁ ବାନ୍ଧି ରଖିଥିଲେ । ଅଶ୍ୱିନୀ ୪ ଓଭର ବୋଲିଂ ମାତ୍ର ୮ ରନ ଖର୍ଚ୍ଚ କରିଛନ୍ତି । ଏହାମଧ୍ୟରୁ ଗୋଟିଏ ମେଡେନ୍‌ ଓଭର ମଧ୍ୟ ରହିଛି । ଏହାବ୍ୟତୀ ନିଜ କୋଟା ୨୪ଟି ବଲ୍‌ରୁ ୧୬ଟି ଡଟ୍‌ ବଲ୍‌ ପକାଇଛନ୍ତି ଅଶ୍ୱିନୀ । ଯାହାକୁ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସମ୍ୟାନ୍‌ଙ୍କୁ ଉପରେ ଚାପ ପକାଇଥିଲା ।

ତେବେ ବିଶ୍ୱକପ୍‌ ପୂର୍ବରୁ ଅଶ୍ୱିନୀଙ୍କ ଏପରି ପ୍ରଭାବଶାଳି ବୋଲି ଟିମ୍‌ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବହନ କରିବ । ନିଜ ଟି-୨୦ କ୍ୟାରିୟରେ ୫୭ଟି ମ୍ୟାଚ୍‌ ଖେଳି ୬୬ଟି ଓ୍ୱିକେଟ୍‌ ହାସଲ କରିଛନ୍ତି ଅଶ୍ୱିନୀ । ଆସନ୍ତା ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ