ଦେଶ ବିଦେଶ ମନୋରଞ୍ଜନ

ପ୍ରଥମ ଥର ସ୍କ୍ରିନ୍‌ ସେୟାର କରିବେ ସାହିଦ-କ୍ରିତି, ନିର୍ମାତା ଦିନେଶ ବିଜାନ୍‌ଙ୍କ ଏହି ଫିଲ୍ମରେ ଆସିବେ ନଜର

ମୁମ୍ବାଇ ୦୫।୦୮: ବଡ ପରଦାରେ ଦେଖିବାକୁ ମିଳିବ ସାହିଦ-କ୍ରିତିଙ୍କ ଯୋଡି । ବଲିଉଡ୍‌ର ଚକ୍‌ଲେଟ୍‌ ବୟ୍ ଭାବେ ପରିଚିତ ସାହିଦ୍‌ କପୁର । ସେ ଆରମ୍ଭରୁ ଇଣ୍ଡଷ୍ଟ୍ରିର ଜଣେ ସ୍ବିଟ୍‌ ଲଭର୍‌ବୟ୍‌ ରହିଆସିଛନ୍ତି। ହେଲେ ନିକଟରେ ଆସିଥିବା ତାଙ୍କ ଫିଲ୍ମ “କବୀର ସିଂ” ରେ ତାଙ୍କୁ ଏକ ନୁଆଁ ରୁପରେ ଦେଖିବାକୁ ମିଳିଥିଲା। ସେହିଭଳି “ମିମି” ସିନେମା ଜରିଆରେ କ୍ରିତି ସାନନ୍‌ ତାଙ୍କ ଅଭିନୟ ପାଇଁ ଖୁବ୍‌ ପ୍ରଶଂସା ସାଉଁଟିଥିଲେ। ଏବେ ପ୍ରଥମ ଥର ଏହି ଯୋଡିକୁ ପରଦାରେ ଦେଖିବାକୁ ମିଳିବ।

“ରୋବଟ୍” ସିନେମାଟି ଖୁବ୍‌ ଶୀଘ୍ର ବଡ ପରଦାକୁ ଆସିବାକୁ ଯାଉଛି। ରୋବଟ୍‌ ଫିଲ୍ମ ନା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ହେଲେ ଏଥର ରଜନୀକାନ୍ତ ଓ ଐଶ୍ବଯ୍ୟା ନୁହେଁ ବରଂ ସାହିଦ୍‌ ଓ କ୍ରିତି ଙ୍କୁ ଦେଖିବାକୁ ମିଳିବ। ଖବର ଅନୁଯାୟୀ ଦିନେଶ ବିଜାନ୍‌ ଏହି “ରୋବଟ୍” ସିନେମା ନିର୍ମାଣ କରିବାକୁ ଯାଉଛନ୍ତି। “ସ୍ତ୍ରୀ” ଓ “ରୁହି” ଆଦି ସିନେମା ପରେ ପ୍ରଯୋଜକ ଦିନେଶ ଏବେ “ରୋବଟ୍” ସିନେମା ନିର୍ମାଣ ପାଇଁ ମନ ବଳାଇଛନ୍ତି। ଯାହା ଏକ ରୋମାଣ୍ଟିକ୍ କମେଡି ସିନେମା ହେବାକୁ ଯାଉଛି। ଯେଉଁଥିରେ ସାହିଦ୍‌ ଜଣେ ରୋବୋଟିକ୍ସ ଓ କ୍ରିତି ଜଣେ ରୋବଟ୍‌ ଭାବେ ନଜର ଆସିବେ।

ରୋବଟ୍‌ ନାଁ ଶୁଣି ଆପଣଙ୍କ ଆଶ୍ଚର୍ଯ୍ୟ ହେବା ନିହାତି ସ୍ବାଭାବିକ୍। ହେଲେ କହି ରଖୁଛୁ ଯେ ଦିନେଶ୍‌ ବିଜାନ୍‌ଙ୍କ ନିର୍ମାଣଧୀନ ଏହି ରୋବଟ୍ ଫିଲ୍ମ ୨୦୧୦ରେ ରିଲିଜ୍‌ ହୋଇଥିବା ସୁପରଷ୍ଟାର୍ ରଜନୀକାନ୍ତଙ୍କ ଫିଲ୍ମ ରୋବଟ୍‌ର ରିମେକ ନୁହେଁ। “ରୋବଟ୍” ୨୦୧୪ର ହଲିଉଡ୍ ଫିଲ୍ମ “ଏକ୍ସ ମସିନା” ଓ “ଲାଇଫ୍‌ ଓକେ” ଚ୍ୟାନେଲ୍‌ର ପରିଚିତ ସିରିୟଲ୍ “ବହୁ ହମାରୀ ରଜନୀକାନ୍ତ” ଭଳି ହେବ। “ରୋବଟ୍” ରେ ପ୍ରଥମଥର ସାହିଦ୍ କପୁର୍ ଓ କ୍ରିତି ସେନନ୍‌ଙ୍କୁ ଏକାଠି ଦେଖିବାକୁ ମିଳିବ। ସିନେମାରେ ଏହି ଟାଲେଣ୍ଟେଡ୍‌ ଯୋଡି କଣ କମାଲ କରିବେ ତାକୁ ନେଇ ଫ୍ୟାନ୍ସ ଖୁବ୍‌ ଆଗ୍ରହର ସହିତ ଚାହିଁ ବସିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ