ମନୋରଞ୍ଜନ ରାଜ୍ୟ

ପ୍ରଥମ ଥର ଲାଗି ଏହି ନବାଗତଙ୍କ ବିପକ୍ଷରେ ନଜର ଆସିବେ ପିଆଲି

ଭୁବନେଶ୍ବର: ଓଡ଼ିଆ ଫିଲ୍ମ ‘ଚୁମକି ମାଇଁ ଡାର୍ଲିଂଗ’ ଓ ‘ପାପ’ ପରେ ନାୟିକା ପିଆଲିଙ୍କୁ ଖୁବ୍ ଶୀଘ୍ର ଏକ ନୂଆ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାର ଶୀର୍ଷକ ହେଲା ‘ତତେ ଷୋହଳକୁ ମତେ ସତର’। ଏଥିରେ ଜଣେ ନବାଗତଙ୍କ ବିପକ୍ଷରେ ପିଆଲି ନଜର ଆସିବେ। ହଁ, ପ୍ରଥମ ଥର ଲାଗି ସେ ନବାଗତ ନାୟକ ସୁସଙ୍କେତଙ୍କ ସହ ବଡ଼ ପରଦାରେ ନଜର ଆସିବେ। ସୂଚନାଯୋଗ୍ୟ, ‘ଚୁମକି ମାଇଁ ଡାର୍ଲିଂଗ’ରେ ପିଆଲିଙ୍କର ନାୟକ ଥିଲେ ସମ୍ବିତ।

‘ତତେ ଷୋହଳକୁ ମତେ ସତର’ରେ ସୁକାନ୍ତ ରଥ ଓ ତପି ମିଶ୍ର ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ମୁନ୍ ଟିଭି ବ୍ୟାନରରେ ନିର୍ମାଣାଧୀନ ଶଚିକାନ୍ତ ଜେନା ଓ ବିନି ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ଅଶ୍ବିନୀ ଗଡ଼ନାୟକ। ଡକ୍ଟର ରଜନୀରଞ୍ଜନ ଏହାର ସଂଳାପକାର ଓ ବୈଦ୍ୟନାଥ ଦାଶ ସଙ୍ଗୀତକାର।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ