ମନୋରଞ୍ଜନ

ପ୍ରଥମ ଥର ଲାଗି ଅମ୍ଳାନ- ପ୍ରିୟା ଯୋଡ଼ି

ଭୁବନେଶ୍ବର: ପ୍ରଥମ ଥର ଲାଗି ଦର୍ଶକ ବଡ଼ ପରଦାରେ ଦୁଇଜଣ ଲୋକପ୍ରିୟ ନାୟକ ଓ ନାୟିକାଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ। ଏଠାରେ ହସକୁରୀ ଓଲିଉଡ ନାୟିକା ପ୍ରିୟା ଓ ଆକ୍ସନ୍ ବୟ ଅମ୍ଳାନଙ୍କ କଥା କୁହାଯାଉଛି।

ହଁ, ଅମ୍ଳାନ-ପ୍ରିୟା ଯୋଡ଼ିଙ୍କୁ ‘ଲାଗେ ପ୍ରେମର ନଜର’ରେ ଦର୍ଶକ ଦେଖିବେ। ଏଥିରେ ଜଣେ ନିର୍ଦ୍ଦେଶକ ଭୂମିକାରେ ନଜର ଆସିବେ ଅମ୍ଳାନ। ଅପରପକ୍ଷରେ ପ୍ରିୟାଙ୍କୁ ପ୍ରଥମ ଥର ଲାଗି ଅମ୍ଳାନଙ୍କ ସ୍ତ୍ରୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଦିଲୀପ ପଣ୍ଡା ଏହାର ନିର୍ଦେଶକ। ଏହି ସିନେମାରେ ଅମ୍ଳାନଙ୍କ ଅନ୍ୟ ଦୁଇ ନାୟିକା ହେଲେ ରୀୟା ଓ ରାଗିଣୀ।

ସୂଚନାଯୋଗ୍ୟ, ପ୍ରିୟା ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ ଡ୍ରିମ୍ଗାର୍ଲ’ରେ ପ୍ରଥମେ ଅଭିନୟ କରି ବଡ଼ ପରଦାକୁ ଆସିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ଏହାପରେ ପ୍ରିୟାଙ୍କୁ ଅଭିମନ୍ୟୁ, ବାଇଶି ପାହାଚେ ଖେଳିବ ମୀନ, ଆଲୋ ମୋର କଣ୍ଢେଇ, ମେଘ ସବାରୀରେ ଆସିବ ଫେରି, ଦିଲ୍ ତତେ ଦେଇଛି, ହିରୋ- ଏକ ପ୍ରେମ କଥା, ଚାନ୍ଦିନୀ ଆଇ ମିସ୍ ୟୁ, ଦୋସ୍ତି , ଗୁଡବୟ, ପାରିବେନି କେହି ଅଲଗା କରି, ରୁମକୁ ଝୁମାନା , ମିତ ବସିଛି ମୁଁ ଭୂତ ସାଥୀରେ ଓ ତୋ’ ବାଟ ଚାହିଁଛି ରାତି ସାରା ଆଦିରେ ଦେଖିବାକୁ ମିଳିଛି। ଅପରପକ୍ଷରେ ଅମ୍ଳାନ ୨୦୦୩ରେ ‘ଟାର୍ଗେଟ’ ସିନେମାରୁ ଓଲିଉଡରେ ହିରୋଭାବେ ଡେବ୍ୟୁ କରିବା ପରେ ନିୟମିତ ଭାବେ ସିନେମାରେ କାମ କରି ଆସୁଛନ୍ତି । ତାଙ୍କର ବର୍ଷକୁ ୨ ରୁ ୩ ଟି ଲେଖାଏଁ ସିନେମା ବି ରିଲିଜ୍ ହେଉଥିଲା। ୨୦୧୭ରେ ଅମ୍ଳାନଙ୍କୁ ‘ ସପନର ପଥେପଥେ’ ଓ ‘ବଜରଙ୍ଗୀ’ ଭଳି ସିନେମାରେ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ । ହେଲେ ୨୦୧୮ରେ କିନ୍ତୁ ଅମ୍ଳାନଙ୍କୁ କୌଣସି ଗୋଟିଏ ବି ଓଡ଼ିଆ ଛବିରେ ଦେଖିବାକୁ ମିଳି ନଥିଲା । ତେବେ ୨୦୧୯ରେ ସେ ‘ଫ୍ରମ୍ ମି ଟୁ ୟୁ’ ଜରିଆରେ ସେ ନଜର ଆସିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ