ଦେଶ ବିଦେଶ ମନୋରଞ୍ଜନ

ପ୍ରଥମ ଥର ପୁଅ ଅବ୍ୟାନର ଫଟୋ ସେୟାର କଲେ ଦିୟା ମିର୍ଜା, ଲେଖିଲେ ସୁନ୍ଦର କ୍ୟାପସନ୍‌

ନୂଆଦିଲ୍ଳୀ ୧୪।୦୩ : ଦିୟା ମିର୍ଜା ହେଉଛନ୍ତି ବଲିଉଡର ଜଣାଶୁଣ ଅଭିନେତ୍ରୀ ସହ ମିସ୍‌ ଡିଭା। ଗତ ବର୍ଷ ଦିୟା ବ୍ୟବସାୟୀ ଭୈରବଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ । ଆଉ ଏହାର କିଛି ମାସ ପରେ ପୁଅ ଅବ୍ୟାନକୁ ଜନ୍ମ ଦେଇଥିଲେ ଦିୟା । ଯାହା ପରେ ଅଭିନେତ୍ରୀଙ୍କ ଜୀବନରେ ଖୁସି ଆସି ଯାଇଥିଲା। ବର୍ତ୍ତମାନ ସମୟରେ ଏହି ସୁନ୍ଦରୀ ଜଣଙ୍କ ନିଜ ମାତୃତ୍ଵ ଲାଭ ବା ମଦର ହୁଡ଼ ଜର୍ଣ୍ଣିକୁ ଖୁବ ଉପଭୋଗ କରୁଥିବା ଦେଖା ଦେଇଛି ।

ପ୍ରାୟ ସମୟରେ ଦିୟା ନିଜ ଗେଲ୍ହା ପୁଅ ଅବ୍ୟାନ ସହ ଫଟୋ ଉଠାନ୍ତି ଏବଂ ପୁଅର ମୁହଁକୁ ଲୁଚାଇ ଦିଅନ୍ତି । କିନ୍ତୁ ବର୍ତ୍ତମାନ ଫ୍ୟାନ୍ସ ମାନେ ଦିୟାଙ୍କ ପୁଅର ଏକ ଝଲକ ଦେଖିଛନ୍ତି । ପୁଅ ଅବ୍ୟାନର ଏକ ସୁନ୍ଦର ଝଲକ ଦେଖାଇଛନ୍ତି । ଦିୟା ସୋସିଆଲ ମିଡିଆରେ ନିଜ ପୁଅର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଦେଖି ବଲିଉଡ ସେଲିବ୍ରିଟି ମାନେବି ତାଙ୍କ ଉପରେ ଖୁବ ଭଲପାଇବା ବର୍ଷଉ ଥିବାର ଦେଖିବାକୁ ମିଳିଛି ।

ପ୍ରକୃତରେ ଦିୟା ମିର୍ଜା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୁଅର ଏକ ସିଙ୍ଗଲ ଫଟୋ ସେୟାର କରିଛନ୍ତି । ଯେଉଁଥିରେ କୁନି ଅବ୍ୟାନ ଏକ ସୋଫା ଉପରେ ବସିଥିବା ଦେଖାଦେଉଥିବା ବେଳେ ସେ ଉପରକୁ ଅନାଇଛି । ଏକ ଧଳା ରଙ୍ଗର ପୋଷାକରେ ଅବ୍ୟାନ ଖୁବ ସୁନ୍ଦର ଦେଖାଯାଉଛି । ଫଟୋଟି ସେୟାର କରିବା ସହିତ ଏକ ସୁନ୍ଦର କ୍ୟାପ୍ସନ ମଧ୍ୟ ଲେଖିଛନ୍ତି- “ଏକ ନୂଆ ମାଇଲ ଷ୍ଟୋନ, ଖୁବ ସାରା ପ୍ରେମ’ । ଆମ ପାଖରେ ଥିବାରୁ ତମକୁ ଅନେକ ଅନେକ ଧନ୍ୟବାଦ । ଏହି ଫଟୋଟିକୁ ଦିୟା ସ୍ୱାମୀ ବୈଭବ ରେଖୀଙ୍କ ସହିତ ଟ୍ୟାଗ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ