ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ପ୍ରଥମ ଥର ପାଇଁ ୨ ଗରିଲାଙ୍କୁ କରୋନା; ଚିକିତ୍ସା ପରେ ଧୀରେ ଧୀରେ ସୁଧୁରୁଛି ସ୍ବାସ୍ଥ୍ୟାବସ୍ଥା

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆ‌ରେ ଥିବା ସାନ ଡିଏଗୋ ପ୍ରାଣୀ ଉଦ୍ୟାନରେ ପ୍ରଥମ ଥର ପାଇଁ ୨ ଗରିଲା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି। ପ୍ରକାଶିତ ରିପୋର୍ଟରୁ ଜା‌ଣିବାକୁ ମିଳିଛି ଯେ ଗରିଲାଙ୍କୁ କରୋନା ହେବାରେ ଏହା ‌ହେଉଛି ପ୍ରଥମ ମାମଲା। ପୂର୍ବରୁ ବିଶ୍ବର କୌଣସି ବି ସ୍ଥାନରେ ଗରିଲାକୁ କ‌ରୋନା ହୋଇଥିବା ଦେଖିବାକୁ ମିଳିନାହିଁ।

ପ୍ରାଣୀ ଉଦ୍ୟ‌ାନରେ ଥିବା ଏହି ଦୁଇ ଗରିଲା ଗତ ସପ୍ତାହରେ କାଶିବା ଆରମ୍ଭ କରିବାରୁ ସେମାନଙ୍କୁ ପରୀକ୍ଷା କରାଯାଇଥିଲା। ପରୀକ୍ଷା କରାଯିବା ପରେ ସେମାନେ କରୋନା ସଂକ୍ରମିତ ବୋଲି ଜାଣିବାକୁ ମିଳିଥିଲା। ଏହି ଦୁଇ ଗରିଲାଙ୍କ ବ୍ୟତୀତ ଉଦ୍ୟାନରେ ଥିବା ଅନ୍ୟ ଜଣେ ଗରିଲା ଶରୀରରେ ମଧ୍ୟ କରୋନା ସଂକ୍ରମିତ ଥିବା ଜାଣିବାକୁ ମିଳିଛି।

ପ୍ରାଣୀ ଉଦ୍ୟାନର କର୍ମଚାରୀଙ୍କଠାରୁ ଏହି ଜୀବାଣୁ ପାଇଥିବା ସନ୍ଦେହ କରାଯାଉଛି। ତେବେ, ଏ ନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ବିଶ୍ବ ପ୍ରସିଦ୍ଧ ପ୍ରାଣୀ ଉଦ୍ୟାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲିସା ପିଟରସନ ଏକ ବିବୃତ୍ତିରେ କହିଛନ୍ତି ଯେ ଚିକିତ୍ସାଧୀନ ଗରିଲାଙ୍କ ଶରୀରରେ ଅଳ୍ପ କିଛି ସମସ୍ୟା ରହିଛି। ସେମାନେ ଅପେକ୍ଷାକୃତ ସୁସ୍ଥ ହେଉଛନ୍ତି।

ସେ ଆହୁରି ବି କହିଛନ୍ତି ଯେ ଏହି ୨ ଗରିଲା ଖାଇବା ଓ ପିଇବା ସବୁ ଠିକ୍‌ ଠାକ୍‌ କରୁଛନ୍ତି। ସେମାନେ ଖୁବ୍‌ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରାଯାଉଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏକ ଅଧ୍ୟୟନରୁ ଜଣାପଡ଼ିଛି କି ମଣିଷମାନଙ୍କ ସହିତ ଗରିଲାମାନଙ୍କର ଡିଏନ୍‌ଏ ୯୮ ପ୍ରତିଶଚ ମ୍ୟାଚ୍‌ କରୁଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ