ଦେଶ ବିଦେଶ ମନୋରଞ୍ଜନ

ପ୍ରଥମ ଥର ପାଇଁ ସବା ଆଜାଦ୍‌ଙ୍କ ଫଟୋ ସେୟାର କଲେ ହ୍ରିତିକ୍‌, କ୍ୟାସନରେ ଦେଲେ ସ୍ପେସାଲ ମେସେଜ୍‌

ନୂଆଦିଲ୍ଳୀ ୨୬।୦୨ : ଗତ କିଛି ଦିନ ହେବ ହ୍ରିତିକ ରୋଶନ ଚର୍ଚ୍ଚାରେ ଅଛନ୍ତି। ସୁଜେନଙ୍କୁ ଛାଡପତ୍ର ଦେବା ପରେ ହ୍ରିତିକ ପୁଣି ଥରେ ପ୍ରେମରେ ପଡିଛନ୍ତି ବୋଲି କୁହାଯାଉଛି । ବର୍ତ୍ତମାନ ଏହି ପ୍ରଶ୍ନ ନେଇ ସବୁଆଡେ ଆଲୋଚନା । କାରଣ ସେ ଅଭିନେତ୍ରୀ-ଗାୟିକା ଏବଂ ଲେଖିକା ସବା ଆଜାଦଙ୍କୁ ଡେଟ୍ କରୁଛନ୍ତି। ପାପାରାଜି ଉଭୟଙ୍କୁ ଏକାଠି ଡିନରେ ଏବଂ ହ୍ରିତିଙ୍କ ଘରେ ଦେଖିବାକୁ ମିଳିଥିଲା। ଯାହା ପରେ ଲୋକଙ୍କ ସନ୍ଦେହ ବଢିବାକୁ ଲାଗୁଛି । ତେବେ ଉଭୟେ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲି ନାହାନ୍ତି। କିନ୍ତୁ ପ୍ରଥମ ଥର ପାଇଁ ହ୍ରିତିକ ସୋସିଆଲ ମିଡିଆରେ ସବାଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ବହୁତ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ହ୍ରିତିକ୍‌ ତାଙ୍କ ଇନଷ୍ଟା ଷ୍ଟୋରୀରେ ସବାଙ୍କର ଏକ ଫଟୋ ସେୟାର କରିଛନ୍ତି।

ହ୍ରିତିକ୍ ରୋଶନ୍ ତାଙ୍କ ଇନଷ୍ଟା ଷ୍ଟୋରିରେ ସବା ଆଜାଦଙ୍କ ଇମାଦ ଶାହାଙ୍କ ଫଟୋ ସେୟାର କରିଛନ୍ତି। ଏହା ତାଙ୍କ ଇଲେକ୍ଟ୍ରୋ-ଫଙ୍କ୍ ବ୍ୟାଣ୍ଡ୍ ମ୍ୟାଡବଏ/ମିଙ୍କର, ଯାହାର ଶୋ’ ଶୁକ୍ରବାର ରାତିରେ ପୁନେରେ ହୋଇଥିଲା। ଏଥିରେ ସବାଙ୍କ ପରଫର୍ମାନ୍ସ ଥିଲା। ତାଙ୍କୁ ଉତ୍ସାହିତ କରିବା ପାଇଁ ହ୍ରିତିକ କ୍ୟାପସନରେ ଲେଖିଛନ୍ତି – ‘କମାଲ କରି ଦେଲ ସମସ୍ତେ ।

ଏହି ପୋଷ୍ଟ ପରେ ପ୍ରଶଂସକମାନେ ପୁଣି ଥରେ ଦୁହିଁଙ୍କ ସମ୍ପର୍କ ବିଷୟରେ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି କି, ହ୍ରିତିକ ତାଙ୍କ ସମ୍ପର୍କକୁ ନେଇ ସିରିୟସ୍ ଅଛନ୍ତି। ଦୁହେଁ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି, ଯାହା ଦ୍ୱାରା ସେମାନେ ପରସ୍ପରକୁ ବୁଝିପାରିବେ। ଯାହା ଏବେ ସେମାନଙ୍କ ଫଟୋ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ