ନୂଆଦିଲ୍ଳୀ ୦୩।୦୩ : ବଲିଉଡ୍ର ଅନ୍ୟତମ ଚୁଲବୁଲି ଅଭିନେତ୍ରୀ ଭାବରେ ବେଶ୍ ଜଣାଶୁଣା ଶ୍ରଦ୍ଧା କପୁର । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ ଫୋଲର୍ସଙ୍କ ଲମ୍ବା ଧାଡି । ତାଙ୍କ ଭଳି ଆଉ ଜଣେ ଲୋକପ୍ରିୟ ହ୍ୟାଣ୍ଡସମ୍ ଅଭିନେତା ହେଉଛନ୍ତି ରଣବୀର କପୁର । ସେ ମଧ୍ୟ ବଲିଉଡ୍ର ଜଣେ ଆଗଧାଡ଼ିର କଳାକାର । ଆଜି ଯାଏଁ ଉଭୟଙ୍କୁ ଏକାଠି ବଡ ପରଦାରେ ଦେଖିବାକୁ ମିଳିନାହିଁ । ବର୍ତ୍ତମାନ ଖବର ଆସିଛି କି ଉଭୟଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଖବର ଶୁଣିବା ମାତ୍ରେ ସିନେପ୍ରେମୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।
ନବବିବାହିତ ଫିଲ୍ମମେକର୍ ଲଭ୍ ରଞ୍ଜନ ଏନେଇ ଘୋଷଣା କରିଛନ୍ତି, ତାଙ୍କର ଆଗାମୀ ଫିଲ୍ମ ଆସନ୍ତା ବର୍ଷ ୮ ମାର୍ଚ୍ଚରେ ଅର୍ଥାତ ହୋଲି ଅବସରରେ ମୁକ୍ତିଲାଭ କରିବ । ସିନେପ୍ରେମୀମାନେ ଶ୍ରଦ୍ଧା ଓ ରଣବୀରଙ୍କୁ ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ । ଲଭ୍ ରଞ୍ଜନଙ୍କ ପ୍ରଡକ୍ସନ୍ ହାଉସ୍ ନିଜର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି ।
ଲଭ୍ ରଞ୍ଜନ ଓ ଅଙ୍କୁର ଗର୍ଗ ଦ୍ବାରା ପ୍ରଯୋଜନା କରାଯାଉଛି । ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଶ୍ରଦ୍ଧା ନିଜର ଏକ ଅପ୍କମିଙ୍ଗ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଏହି ସମୟରେ ସେ ଏକାଧିକ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ପାଇଁ ଏହା କଷ୍ଟକର ସମୟ ହେବ, କାରଣ ତାଙ୍କୁ ଏକସଙ୍ଗେ ଏକରୁ ଏକାଧିକ ଫିଲ୍ମର ସୁଟିଂ ପାଇଁ ଯିବାକୁ ପଡ଼ିବ।

