ଦେଶ ବିଦେଶ ମନୋରଞ୍ଜନ

ପ୍ରଥମ ଥର ପରଦାରେ ନଜର ଆସିବେ ହ୍ରିତିକ୍‌ ଏବଂ ଦୀପିକା, ଖୁବ ଶୀଘ୍ର ଆରମ୍ଭ ହେବ ଫିଲ୍ମ ‘ଫାଇଟର’ର ଶୁଟିଂ

ନୂଆଦିଲ୍ଳୀ ୨୭।୦୨ : ବଲିଉଡ ଆକ୍ସନ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ବଡ ପରଦାରେ ଦେଖିବାକୁ ମିଳିବ ଏହି ଯୋଡିଙ୍କୁ । ଦୁହିଁଙ୍କୁ ଫିଲ୍ମ ‘ଫାଇଟର’ ରେ ଏକାଠି ଦେଖିବାକୁ ପାଇବେ ଦର୍ଶକ। ଅଭିନେତାଙ୍କ ଜନ୍ମଦିନରେ ଏହି ଫିଲ୍ମର ନାମ ଘୋଷଣା କରାଯାଇଥିଲା।

ସେହି ଦିନଠାରୁ ପ୍ରଶଂସକ ଏହି ଫିଲ୍ମ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ। ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଫିଲ୍ମଟି ଏବେ ଫ୍ଲୋର୍‌ ଉପରକୁ ଆସିବାକୁ ପ୍ରସ୍ତୁତ ହୋଇଛି। ଏ ନେଇ ଦୁଇ କଳାକାର ନିଜ ବହୁତ ପରିଶ୍ରମ କରୁଛନ୍ତି । କାରଣ ଏହା ଏକ ଆକ୍ସନ ଫିଲ୍ମ ଉପରେ ଆଧାରିତ।

ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଯୋଜନା କରାଯାଇଛି କି ଦୁନିଆର ସବୁଠାରୁ ଭଲ ଭଲ ଲୋକେସନ୍‌ରେ ଶୁଟିଂ କରାଯାଇଯିବ । କରୋନା କାରଣ ଯୋଗୁଁ ଫିଲ୍ମର ଶୁଟିଂ ଘୁଞ୍ଚା ଯାଇଥିଲି । ଏହି ଫିଲ୍ମରେ ହ୍ରିତିକ୍‌ ଓ ଦୀପିକା ବ୍ୟତୀତ ଅନୀଲ୍‌ କପୁର ମଧ୍ୟ ନଜର ଆସିବେ । ଆଗୀ ବର୍ଷ ୨୦୨୩ ଜାନୁଆରୀ ୨୬ରେ ରିଲିଜ୍‌ ହେବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ