ଖେଳ

ପ୍ରଥମ ଥର ଏଫ୍‌ଏ କପ୍‌ ଜିତିଲା ଲିସେଷ୍ଟର ସିଟି

ଲଣ୍ଡନ: ୟୁରି ଟିଲେମାନ୍ସଙ୍କ ଚମତ୍କାର ଗୋଲ୍‌ ବଳରେ ଲିସେଷ୍ଟର ସିଟି ଏଫ୍‌ କପ୍‌ କରାୟତ୍ତ କରିଛି। ୧୪୯ ବର୍ଷର ଏହି ବଡ଼ ପ୍ରତିଯୋଗିତା ଇତିହାସରେ ଲିସେଷ୍ଟର ସିଟିର ଏହା ପ୍ରଥମ ଟ୍ରଫି। ପୂର୍ବରୁ ୩ ଥର ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ପ୍ରତ୍ୟେକ ଥର ପରାଜୟ ବରଣ କରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା‌। ପୁଣି ଲିସେଷ୍ଟର ପ୍ରବନ୍ଧକ ବ୍ରେଣ୍ଡନ ରୋଜର୍ସଙ୍କ ଇଂଲିସ୍‌ ଫୁଟ୍‌ବଲ୍‌ରେ ଏହା ପ୍ରଥମ ଟ୍ରଫି। ପୂର୍ବରୁ ସେ ସ୍କଟ୍‌ଲାଣ୍ଡ୍‌ରେ ସେଲ୍‌ଟିକ୍‌ ପାଇଁ ଟ୍ରଫି ଜିତିଥିଲେ।

ତେବେ ୧୯୬୯ ପରେ ଲିସେଷ୍ଟରର ଏହା ପ୍ରଥମ ଫାଇନାଲ୍‌ ପ୍ରବେଶ ଥିଲା। ୱେମ୍ବଲେ ଷ୍ଟାଡିୟମରେ ଖେଳାଯାଇଥିବା ରବିବାର ଫାଇନାଲ୍‌ରେ ଏହି ଦଳ ୧-୦ ଗୋଲ୍‌ରେ ଚେଲ୍‌ସିକୁ ପରାସ୍ତ କରିଥିଲା। ‌ମ୍ୟାଚ୍‌ର ପ୍ରଥମାର୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟାର୍ଧରେ ଟିଲେମାନ୍ସ (୬୩ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଦଳ ଆଗୁଆ ହୋଇଥିଲା। ୮୯ ମିନିଟ୍‌ରେ ‌‌ୱେସ୍‌ ମୋର୍ଗାନ୍‌ଙ୍କ ଆତ୍ମଘାତୀ ଗୋଲ୍‌ ଯୋଗୁଁ ଚେଲ୍‌ସି ମ୍ୟାଚ୍‌ ଅତିରିକ୍ତ ସମୟକୁ ଯିବା ନେଇ ଆଶା କରିଥିଲା। ହେଲେ ଭାର୍‌ ସହାୟତା‌ ନେବାରୁ ଏହା ଅଫ୍‌ସାଇଡ୍‌ ହୋଇଯାଇଥିଲା ଏବଂ ଅମ୍ପାୟାର ଗୋଲ୍‌ ନାକଚ କରିଦେଇଥିଲେ। ‌ଫଳରେ ଲିସେଷ୍ଟର ବିଜୟୀ ହୋଇଥିଲା।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ