ରାଜ୍ୟ

ପ୍ରଥମ ତ୍ରୟମାସରେ ରେକର୍ଡ ୨୨୩.୩୬ ନିୟୁତ ଟନ କୋଇଲା ଉତ୍ପାଦନ

ଭୁବନେଶ୍ବର : ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରେକର୍ଡ ୨୨୩.୩୬ ନିୟୁତ ଟନ୍‌ କୋଇଲା ଉତ୍ପାଦନ ହୋଇଛି। ଆର୍ଥିକ ବର୍ଷ ୨୦୨୨-୨୩ର ପ୍ରଥମ ତ୍ରୟମାସରେ ହୋଇଥିବା ୨୦୫.୭୬ ନିୟୁତ ଟନର ଉତ୍ପାଦନ ତୁଳନାରେ ଏହା ୮.୫୭ ପ୍ରତିଶତ ଅଧିକ।

କୋଲ୍ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍‌) ଏପ୍ରିଲ-ଜୁନ ୨୦୨୩ ମଧ୍ୟରେ ୧୭୫.୪୮ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଛି, ଯାହା ଗତ ବର୍ଷର ଏହି ଅବଧିରେ ହୋଇଥିବା ୧୫୯.୭୫ ନିୟୁତ ଟନର ଉତ୍ପାଦନ ତୁଳନାରେ୯.୮୫ ପ୍ରତିଶତ ଅଧିକ।

ଯେତେବେଳେ କି ୨୦୨୩ ଏପ୍ରିଲରୁ ମେ’ ମଧ୍ୟରେ କୋଇଲାର ଆମଦାନି ଗତ ବର୍ଷର ଏହି ଅବଧି ତୁଳନାରେ ୧୬.୭୬ ପ୍ରତିଶତ ବୃଦ୍ଧି ହୋଇଛି। ଆମଦାନିରେ ଉକ୍ତ ବୃଦ୍ଧି ମୁଖ୍ୟତଃ କୋଇଲାର ଆମଦାନି ମୂଲ୍ୟରେ ହୋଇଥିବା ହ୍ରାସ କାରଣରୁ ହୋଇଛି। ଆର୍ଥିକ ବର୍ଷ ୨୦୨୨-୨୩ ର ପ୍ରଥମ ତ୍ରୟମାସ ତୁଳନାରେ ଆର୍ଥିକ ବର୍ଷ ୨୦୨୩-୨୪ର ପ୍ରଥମ ତ୍ରୟମାସରେ କୋଇଲାର ଆମଦାନି ମୂଲ୍ୟରେ ୬୦ ପ୍ରତିଶତରୁ ଅଧିକ ହ୍ରାସ ରେକର୍ଡ଼ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।