ଖେଳ ଦେଶ ବିଦେଶ

ପ୍ରଥମ ଟି-୨୦: ପାକିସ୍ତାନକୁ ୫ ୱିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ୍‌

ଅକ୍‌ଲାଣ୍ଡ୍: ସଂପ୍ରତି ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଥିବା ପାକିସ୍ତାନ ଦଳ ଶୁକ୍ରବାର ଟି-୨୦ ପରାଜୟରୁ ଶୃଙ୍ଖଳା ଆରମ୍ଭ କରିଛି। ଅକ୍‌ଲାଣ୍ଡ୍‌ର ଇଡେନ୍‌ ପାର୍କରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ୫ ୱିକେଟ୍‌ରେ ହାରିଯାଇଛି। ଦ୍ରୁତ ବୋଲର ଜାକୋବ୍‌ ଡଫି (୪/୩୩) ଏବଂ କୁଗେଲେଜିନ୍‌ (୩/୨୭)ଙ୍କ ଚମତ୍କାର ବୋଲିଂ ପରେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଟିମ୍‌ ସିଫର୍ଟ (୫୭)ଙ୍କ ଅର୍ଧଶତକୀୟ ପାଳି ବଳରେ ଘରୋଇ ନ୍ୟୁଜିଲାଣ୍ଡ୍‌ ୭ ବଲ୍‌ ପୂର୍ବରୁ ବିଜୟ ହାସଲ କରିନେଇଥିଲା। ଡଫି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ୍‌ ୧-୦ର ଅଗ୍ରଣୀ ପାଇଯାଇଛି।

ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ବାବର ଆଜମ୍‌ଙ୍କ ଅନୁପସ୍ଥିତିରେ ଭ୍ରମଣକାରୀ ଦଳର ଦୁର୍ବଳତା ପଦାରେ ପଡ଼ିଯାଇଥିଲା। ଏପରିକି ଦଳୀୟ ସ୍କୋର୍‌ ୩୯ ରନ୍‌ ବେଳକୁ ଅଧା ବ୍ୟାଟ୍‌ସମ୍ୟାନ୍‌ ପାଭିଲିୟନ୍‌ ଫେରିଯାଇଥିଲେ। ତେବେ ଅଧିନାୟକ ସାଦବ ଖାନ୍‌ (୪୨), ଫହିମ୍‌ ଅସ୍ରଫ୍‌ (୩୧), ଇମାଦ୍‌ ୱାସିମ୍‌ (୧୯), ୱିକେଟ୍‌ରକ୍ଷକ ରିଜ୍‌ୱାନ୍‌ (୧୭), ଖୁସ୍‌ଦିଲ୍‌ (୧୬) ଓ ସାହିନ୍‌ ଆଫ୍ରିଦି (୧୦)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ବଳରେ ପାକିସ୍ତାନ ୯ ୱିକେଟ୍‌ ବିନିମୟରେ ୧୫୩ ରନ୍‌ କରିଥିଲା। ଘରୋଇ ଦଳ ପକ୍ଷରୁ ପଦାର୍ପଣକାରୀ ଡଫି ଓ କୁଗେଲେଜିନ୍‌ ୭ ୱିକେଟ୍‌ ବାଣ୍ଟି ନେଇଥିଲା ବେଳେ ଅବଶିଷ୍ଟ ୨ ୱିକେଟ୍‌ ଈଶ୍‌ ସୋଢ଼ି ଓ ଟିକ୍‌ନରଙ୍କୁ ମିଳିଥିଲା। ଡଫି ତାଙ୍କ ପ୍ରଥମ ଓଭରର ଚତୁର୍ଥ ବଲ୍‌ରେ ହିଁ ପ୍ରଥମ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ଦ୍ବିତୀୟ ଓଭରର ପଞ୍ଚମ ଓ ଷଷ୍ଠ ବଲ୍‌ରେ ଆଉ ଦୁଇଟି ୱିକେଟ୍‌ ଦଖଲ କରିନେଇଥିଲେ।

ଜବାବରେ ୨୧ ରନ୍‌ରେ ୨ ୱିକେଟ୍‌ ହରାଇବା ସତ୍ତ୍ବେ ସିଫର୍ଟଙ୍କ ଅର୍ଧଶତକ ସାଙ୍ଗକୁ ଗ୍ଲେନ୍‌ ଫିଲିପ୍‌ସ (୨୩), ମାର୍କ ଚାପ୍‌ମାନ୍‌ (୩୪), ଜେମ୍‌ସ ନୀସାମ (୧୫*) ଓ ଅଧିନାୟକ ମିଚେଲ ସାଣ୍ଟ୍‌ନର (୧୨*)ଙ୍କ ବଳରେ ନ୍ୟୁଜିଲାଣ୍ଡ୍‌ ୧୮.୫ ଓଭରରେ ୫ ୱିକେଟ୍‌ ବିନିମୟରେ ୧୫୬ ରନ୍‌ କରି ବିଜୟୀ ହୋଇଥିଲା। ସିଫର୍ଟ ନିଜର ଚତୁର୍ଥ ଟି-୨୦ ଅର୍ଧଶତକ ହାସଲ କରିଥିଲେ। ପାକିସ୍ତାନ ପକ୍ଷରୁ ହାରିସ୍ ରଫ୍‌ (୩/୨୯) ଏବଂ ସାହିନ ଆଫ୍ରିଦି (୨/୨୭) ସଫଳ ବୋଲର ରହିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ୧୫୩/୯ (ସାଦବ୍‌ ଖାନ୍‌-୪୨, ଫହିମ୍‌ ଅସ୍ରଫ୍-୩୧, ଜୋକୋବ୍‌ ଡଫି-୪/୩୩, କୁଗେଲେଜିନ୍‌-୩/୨୭)। ନ୍ୟୁଜିଲାଣ୍ଡ୍‌ ୧୮.୫ ଓଭରରେ ୧୫୬/୫ (ଟିମ୍‌ ସିଫର୍ଟ-୫୭, ମାର୍କ ଚାପମାନ୍‌-୩୪, ହାରିସ୍‌ ରଫ୍‌-୩/୨୯, ସାହିନ୍‌ ଆଫ୍ରିଦି-୨/୨୭)।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ