ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରଥମ କରି ମାନବ ଶରୀରରେ ବ୍ରେନ୍-ଚିପ୍‌ ପ୍ରତିରୋପଣ କଲା ଏଲନ୍‌ ମସ୍କ୍‌ଙ୍କ ନ୍ୟୁରାଲିଙ୍କ୍‌

କାଲିଫର୍ଣ୍ଣିଆ: ରବିବାର ଦିନ ପ୍ରଥମ କରି ଯେଉଁ ରୋଗୀ ଶରୀରରେ ନ୍ୟୁରାଲିଙ୍କ୍‌ ଷ୍ଟାର୍ଟଅପ୍‌ର ବ୍ରେନ୍‌-ଚିପ୍‌ ପ୍ରତିରୋପଣ କରାଯାଇଥିଲା ସେ ସୁସ୍ଥ ହେଉଥିବା କଥା କମ୍ପାନିର ସଂସ୍ଥାପକ ଏଲନ୍‌ ମସ୍କ୍‌ କହିଛନ୍ତି।

ସୋମବାର ଦିନ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ‘ଏକ୍ସ’ ପୋଷ୍ଟ୍‌ରେ ମସ୍କ୍‌ କହିଛନ୍ତି, ନ୍ୟୁରନ୍‌ ସ୍ପାଇକ୍‌ ଚିହ୍ନଟ ସଫଳ ହେଉଥିବା କଥା ପ୍ରାରମ୍ଭିକ ଫଳାଫଳରୁ ଜଣାପଡୁଛି।

ସୂଚନାଯୋଗ୍ୟ, ସ୍ପାଇକ୍‌ ହେଉଛି ନ୍ୟୁରନ୍‌ଗୁଡ଼ିକର କାର୍ଯ୍ୟକଳାପ। ଏହାକୁ ସ୍ପଷ୍ଟ ଭା‌ବରେ ବୁଝାଇବାକୁ ଯାଇ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ୍‌ କହିଛି ଯେ, ସ୍ପାଇକ୍‌ ହେଉଛି ଏକ ପ୍ରକାରର କୋଷିକା ଯାହା ମସ୍ତିଷ୍କ ଓ ଶରୀରକୁ ସୂଚନା ପଠାଇବା ଲାଗି ବୈଦ୍ୟୁତିକ ଓ ରାସାୟନିକ ସଙ୍କେତ ବ୍ୟବହାର କରିଥାଏ।

Image Courtesy of New York Post

ପରୀକ୍ଷାମୂଳକ ଭାବେ ଏହି ଚିପ୍‌କୁ ମାନବ ଶରୀରରେ ପ୍ରତିରୋପଣ କରିବା ଲାଗି ଗତବର୍ଷ ଦି ୟୁଏସ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ନ୍ୟୁରାଲିଙ୍କ୍‌କୁ ଅନୁମତି ଦେଇଥିଲା। ସେପ୍ଟେମ୍ବର ମାସରେ ନ୍ୟୁରାଲିଙ୍କ କହିଥିଲା, ପକ୍ଷାଘାତ ରୋଗୀ ଦେହରେ ଏହି ଚିପ୍‌ ପ୍ରତିରୋପଣ କରିବା ଲାଗି ଅନୁମୋଦନ ମିଳିଛି।

Image Courtesy of India Today

ଆଗରୁ ନ୍ୟୁରାଲିଙ୍କ୍‌ କହିଥିଲା, ମସ୍ତିଷ୍କର ଯେଉଁ ଅଞ୍ଚଳ ଅଙ୍ଗପ୍ରତ୍ୟଙ୍ଗ ଚଳପ୍ରଚଳକୁ ନିୟନ୍ତ୍ରଣ କରେ ସେଠାରେ ରୋବଟ୍‌ ସହାୟତାରେ ଅସ୍ତ୍ରୋପଚାର କରି ‘ବ୍ରେନ୍‌ କମ୍ପ୍ୟୁଟର୍‌ ଇଣ୍ଟର୍‌ଫେସ୍‌’ (ବିସିଆଇ) ପ୍ରତିରୋପଣ କରିବା।

ନ୍ୟୁରାଲିଙ୍କ୍‌ ଆହୁରି ମଧ୍ୟ କହିଛି, ପ୍ରତିରୋପଣ କରାଯାଇଥିବା ଚିପ୍‌ର ଅତି ସୂକ୍ଷ୍ମ ତନ୍ତୁ ରୋଗୀ ମସ୍ତିଷ୍କରେ ସଙ୍କେତ ପରିବହନ କରିବାରେ ସହାୟକ ହେଉଛି। କିନ୍ତୁ, ଏ ସଂକ୍ରାନ୍ତରେ ନ୍ୟୁରାଲିଙ୍କ୍‌ ଆଉ ଅଧିକ କିଛି ବିବରଣୀ ଦେଇନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ