ଖେଳ ଦେଶ ବିଦେଶ ରାଜ୍ୟ

ପ୍ରଥମ ଓଡ଼ିଶା ନାଭାଲ୍‌ ଟାଟା ତୃଣମୂଳ ହକି ଲିଗ୍‌: ମାଝାପଡ଼ା ବାଳିକା, ସୁବଡ଼େଗା ବାଳକ ବିଜେତା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଖେଳାଯାଇଥିବା ପ୍ରଥମ ଓଡ଼ିଶା ନାଭାଲ୍ ଟାଟା ତୃଣମୂଳ ହକି ଲିଗ୍‌ ଶନିବାର ରାତିରେ ଶେଷ ହୋଇଛି। ବାଳିକା ଫାଇନାଲରେ ମାଝାପଡ଼ା ଦଳ ୨-୦ ଗୋଲ୍‌ର ଅଳନ୍ଦାକୁ ଏବଂ ବାଳକା ଫାଇନାଲରେ ମାଝାପଡ଼ାକୁ ସମାନ ୨-୦ ଗୋଲ୍‌ରେ ହରାଇ ସୁବଡେଗା ଦଳ ବିଜେତା ମୁକୁଟ ଓ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ବିଜେତା ମାଝାପଡ଼ା ବାଳିକା ଦଳର ପୂଜା ମାଝୀ ଫାଇନାଲ୍‌ର ଶ୍ରେଷ୍ଠ ଏବଂ ଅଙ୍କିତା କେରକେଟାଙ୍କୁ ଲିଗ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି। ସେହିଭଳି ବାଳକ ବର୍ଗରେ ସୁବଡେଗାର ଅଙ୍କିତ ମିଞ୍ଜ୍‌ଙ୍କୁ ଫାଇନାଲର ଶ୍ରେଷ୍ଠ ଏବଂ ଦିଲସାନ୍‌ ଡୁଙ୍ଗ୍ ଡୁଙ୍ଗ୍‌ଙ୍କୁ ଶ୍ରେଷ୍ଠ ଗୋଲରକ୍ଷିକା ପୁରସ୍କାର ପ୍ରଦାନ କରାଯାଇଥିଲା।

ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଦଳକୁ କାଂସ୍ୟ ପଦକ ପ୍ରଦାନ କରାଯାଇଥିଲା। ବାଳିକାରେ ନୂଆଗାଁକୁ ୪-୩ରେ ହରାଇ କଡ଼ୋବାହାଲ ଏବଂ ବାଳକ କାଡ଼ୋବାହାଲକୁ ୪-୨ରେ ହରାଇ ପୁରୁଣାପାଣି ତୃତୀୟ ସ୍ଥାନ ପାଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଭାରତୀୟ ଦଳ ପୂର୍ବତନ ଅଧିନାୟକ କିଂବଦନ୍ତି ଦିଲୀପ ତିର୍କି, କ୍ରୀଡ଼ା ବିଭାଗ ସ୍ବତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣା, ଟାଟା ଷ୍ଟିଲ୍‌ର ସିଆର୍‌ଇ ଦେବାଶିଷ ଜେନା, ଆପୋଲୋ ହସପିଟାଲ୍ସ ଆଞ୍ଚଳିକ ସିଇଓ ସୁଧୀର ଦିଦିକର, ଓଡ଼ିଶା ନାଭାଲ୍ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ୍‌ ଅତିଥିଭାବେ ଯୋଗ ଦେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ